ସୁପ୍ରିମକୋର୍ଟର ନୂଆ ବିଚାରପତି

ସୁପ୍ରିମକୋର୍ଟର ନୂଆ ବିଚାରପତି

ଭୁବନେଶ୍ୱର(ସିପ୍ରା ରାଣୀ ତ୍ରିପାଠୀ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୁପ୍ରିମକୋର୍ଟ ପାଇଁ ୨ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ହେଲେ ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ ଜଷ୍ଟିସ ଏସ୍. ଭି ଭଟ୍ଟି ।
ଆଜି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।
ଗତ ସପ୍ତାହରେ ସୁପ୍ରିମକୋର୍ଟର କଲେଜିୟମ କେନ୍ଦ୍ର ସରକାରଙ୍କ ନିକଟକୁ ସେମାନଙ୍କ ନାମ ସୁପାରିସ କରିଥିଲେ । ବର୍ତ୍ତମାନ ଜଷ୍ଟିସ ଭୂୟାଁ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲା ବେଳେ ଜଷ୍ଟିସ ଭଟ୍ଟି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ।
ଜଷ୍ଟିସ ଭୂୟାଁଙ୍କ କାର୍ଯ୍ୟକାଳ ୨୦୨୯ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଏବଂ ଜଷ୍ଟିସ ଭଟ୍ଟିଙ୍କ କାର୍ଯ୍ୟକାଳ ୨୦୨୭ ମେ ୬ ତାରିଖ ପର୍ଯ୍ୟନ୍ତ ରହିବ। ଦୁଇ ନୂଆ ବିଚାରପତିଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇବ। ତଥାପି ଆହୁରି ୨ ବିଚାରପତିଙ୍କ ପଦ ଖାଲି ରହିବ। ସୁପ୍ରିମକୋର୍ଟର ମୋଟ ସ୍ଵୀକୃତିପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪ |

ims news

3 thoughts on “ସୁପ୍ରିମକୋର୍ଟର ନୂଆ ବିଚାରପତି

Leave a Reply

Your email address will not be published. Required fields are marked *