ରିଲିଜ ହେଲା ଅଡିଓ, ମୁକ୍ତିଲାଭ କରିବ ‘ତୁ ସେଇ ନୀଳନୟନା’

ରିଲିଜ ହେଲା ଅଡିଓ, ମୁକ୍ତିଲାଭ କରିବ ‘ତୁ ସେଇ ନୀଳନୟନା’

ଭୁବନେଶ୍ୱର(ନମିତା): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ସେଇ ନୀଳନୟନା’ର ଅଡ଼ିଓ ଭିନ୍ନ ଏକ ଅନ୍ଦାଜରେ ସିନେପଲିସ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା |
ବଗନି ପଟନାୟକ ଫିଲ୍ମସର ପ୍ରଯୋଜକ,ବିନି ପଟନାୟକ ନିର୍ଦେଶକ,ପ୍ରେମଆନନ୍ଦ ଗୀତିକାର ଓ ବରିଷ୍ଠ ପ୍ରଯୋଜକ ପ୍ରଦୁମ୍ନ ଲେଙ୍କା ପ୍ରମୁଖ ଚଳଚ୍ଚିତ୍ରର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ |

ବହୁତ ଜଲଦି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ‘ତୁ ସେଇ ନୀଳନୟନା’ | ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମଟି, ଓଡ଼ିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ | ଉପଦେଷ୍ଟା ମନୋଜ ସ୍ୱାଇଁ କହିଛନ୍ତି ଦର୍ଶକଙ୍କୁ ନୂଆ ତଥା ଓଡ଼ିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ଚେଷ୍ଟା କରିଛୁ | ନିଆରା ଏକ କାହାଣୀ କୁ ନେଇ ତିଆରି ହୋଇଛି ଫିଲ୍ମ, ଏବଂ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଯୋର ଦେଇ କହିଛନ୍ତି ନିର୍ଦେଶକ ତ୍ରିପତି ସାହୁ |

ଏହି ଚଳଚ୍ଚିତ୍ର ସଂଗୀତ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ଏବଂ ସ୍ୱର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ | ଭଲ ପାଇବାର ସ୍ପର୍ଶରେ ପଥର କିପରି କୋମଳ ହୁଏ ତାହା ଏଇ ଫିଲ୍ମରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ |ଓଡିଶାର ଅଗଣିତ ପ୍ରେମୀ ମାନଙ୍କ ଚାହିଦା ପୁରଣ କରିବାକୁ ଖୁବଶୀଘ୍ର ଆସୁଅଛି ଫିଲ୍ମ ତୁ ସେଇ ନୀଳନୟନା , ବୋଲି ଚଳଚ୍ଚିତ୍ର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେସି ସୂଚନା ଦେଇଛନ୍ତି |

ims news

2 thoughts on “ରିଲିଜ ହେଲା ଅଡିଓ, ମୁକ୍ତିଲାଭ କରିବ ‘ତୁ ସେଇ ନୀଳନୟନା’

Leave a Reply

Your email address will not be published. Required fields are marked *