ଜହ୍ନ ମାଟିରେ ଗଛ

ଜହ୍ନ ମାଟିରେ ଗଛ

ଭୁବନେଶ୍ୱର : ଜହ୍ନରେ ଜୀବନକୁ ନେଇ ଗବେଷଣା ଭିତରେ ସାମ୍ନାକୁ ଆସିଛି ବିସ୍ମୟକର ଘଟଣା । ଜହ୍ନରମାଟିରୁ ଗଛ ଉଠିଛି । କିଛି ଦିନ ପୂର୍ବରୁ ନାସାର ମହାକାଶ ଯାତ୍ରୀ ସାଙ୍ଗରେ ଆଣିଥିଲେ ଚନ୍ଦ୍ରପୃଷ୍ଠର ମାଟି । ତେବେ ପ୍ରଥମଥର ପାଇଁ ନାସାର ମହାକାଶଚାରୀ ଆଣିଥିବା ଜହ୍ନ ମାଟିରେ ଗଛ ସୃଷ୍ଟିରେ ବୈଜ୍ଞାନିକଙ୍କ ମଧ୍ୟରେ ଖୁସି ଭରିଛି । ଜହ୍ନରେ ସଫଳତାର ସହ ଗଛ ଅଙ୍କୁରିତ ଓ ବିକଶିତ ହୋଇପାରେ । ରିସର୍ଚ ପରେ ଜହ୍ନରେ ଏଭଳି ଗଛ ଲଗାଇହେବ,ଯେଉଁଥିରେ ଚନ୍ଦ୍ରରେ ଅକ୍ସିଜେନ ସହ ଖାତ୍ୟ ଯୋଗାଇ ହେବା ଆଶା କରାଯାଉଛି ।

ଜହ୍ନରୁ ଆସିଥିବା ମାଟିରେ ଆରୋବିଡୋପସିସ ଭଳି ଗଛ ହୋଇପାରେ । ଏହା ବିଶେଷ ସ୍ୱାଦିଷ୍ଟ ନହେଲେ ମଧ୍ୟ ଖାଦ୍ୟ ରୂପେ ଖାଇବା ଉପଯୋଗୀ । ସୋରିଷ,ଫୁଲକୋବି,ବ୍ରୋକିଲି ଜାତୀୟ ଗଛ ଚନ୍ଦ୍ରରେ ହୋଇପାରେ । ନାସା ତରଫରୁ ଚଳିତ ଦଶକ ଶେଷରେ ଅର୍ଟୋମିସ କାର୍ଯକ୍ରମର ଅଂଶ ଭାବେ ଏହା ପ୍ରସ୍ତୁତ ହୋଇଥିଲା । ଚନ୍ଦ୍ର ଉପରେ ଗବେଷଣା କରି ୧୨ ଗ୍ରାମ ଚନ୍ଦ୍ର ମାଟିରେ ପାଣି,ଆଲୋକ ଓ ପୋଷକ ଯୋଡିଥିଲେ । ଏବେ ଜହ୍ନ ମାଟିରେ ଗଛ ଉଠିବା ପରେ ପରବର୍ତ୍ତୀ ଲକ୍ଷ୍ୟ ଜହ୍ନରେ ଗଛ ଲଗାଇବା |

ims news

Leave a Reply

Your email address will not be published. Required fields are marked *