ବିବାହ ପୂର୍ବରୁ କିମ୍ବା ବିବାହ ପରେ ସୁରକ୍ଷିତ ଗର୍ଭପାତ କରିବାର ଅଧିକାର ସବୁ ମହିଳାଙ୍କର ଅଛି : ସୁପ୍ରିମକୋର୍ଟ
ଭୁବନେଶ୍ୱର : ବିବାହିତା ହୁଅନ୍ତୁ ଅଥବା ଅବିବାହିତା ହୁଅନ୍ତୁ, ଆଇନ ଅନୁସାରେ ନିରାପଦରେ ଗର୍ଭପାତ କରାଇବା ଅଧିକାର ସବୁ ମହିଳାଙ୍କର ଅଛି ବୋଲି ଆଜି ‘ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି’ (ଏମ୍ଟିପି) ମାମଲାରେ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମ୍କୋର୍ଟ କହିଛନ୍ତି, ‘ଏମ୍ଟିପି’ ଆଇନ ଅନୁସାରେ, ଗର୍ଭପାତ କରାଇବା ନିମନ୍ତେ ଅବିବାହିତା ମହିଳାମାନଙ୍କର ଅଧିକାର ଅଛି। କିନ୍ତୁ, ଭାରତରେ ଗର୍ଭପାତ ଆଇନରେ ବିବାହିତା ଏବଂ ଅବିବାହିତା ମହିଳାଙ୍କ ମଧ୍ୟରେ ଏଥିପାଇଁ କୌଣସି ପ୍ରଭେଦ ରଖାଯାଇ ନାହିଁ। ଏଭଳି ପ୍ରଭେଦ ‘ଏମ୍ଟିପି’ କରିଛି। ଗର୍ଭପାତ କରାଯିବା କାରଣରେ ‘ବୈବାହିକ ଦୁଷ୍କର୍ମ’କୁ (ପତ୍ନୀଙ୍କ ଅସମ୍ମତିରେ ପତି ଦୈହିକ ସମ୍ପର୍କ ରଖିବା) ମଧ୍ୟ ଦୁଷ୍କର୍ମ ଅନ୍ତର୍ଭୁକ୍ତ କରାଯାଇ ପାରିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ଦୈହିକ ସମ୍ପର୍କ ନିମନ୍ତେ ବିବାହ ବ୍ୟକ୍ତିବିଶେଷଙ୍କର ଅଧିକାରର ବୋଲି ପୂର୍ବ ପ୍ରଚଳିତ ଧାରଣାକୁ ଆଧୁନିକ ସମୟର ଆଇନ ଏଡ଼ାଇ ଦେଲାଣି। ପୁରୁଣା ଧାରଣାର ବଶବର୍ତ୍ତୀ ନ ହୋଇ ‘ଏମ୍ଟିପି’ ଆଇନ ଆଜିର ବାସ୍ତବତାକୁ ବିଚାର କରିବା ଉଚିତ। ଆଇନ ସ୍ଥାଣୁ ନ ହୋଇ ପରିବର୍ତ୍ତନଶୀଳ ସାମାଜିକ ବାସ୍ତବତା କଥା ଚିନ୍ତା କରିବା ଉଚିତ। ଅସୁରକ୍ଷିତ ଗର୍ଭପାତ ସଂକ୍ରାନ୍ତରେ ଚିନ୍ତାପ୍ରକଟ କରି ସୁପ୍ରିମ୍ କୋର୍ଟ କହିଲେ, ମାତୃ ମୃତ୍ୟୁ କ୍ଷେତ୍ରରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଭାରତରେ କରାଯାଉଥିବା ୬୦% ଗର୍ଭପାତ ଅସୁରକ୍ଷିତ। ସୁରକ୍ଷିତ ଗର୍ଭପାତ ସେବା, ଗର୍ଭପାତ କରାଇବାରେ କଟକଣା ଯୋଗୁଁ ଅସୁରକ୍ଷିତ ଗର୍ଭପାତ କରାଯାଉଛି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଯଦି ଜଣେ ମହିଳା ଦାବି କରୁଛନ୍ତି କି, ସେ ଦୁଷ୍କର୍ମର ସରବ୍ୟ ହୋଇ ଅନ୍ତଃସତ୍ତ୍ବା ହୋଇଛନ୍ତି, ତେବେ ତାଙ୍କର ଗର୍ଭପାତ କରାଇବା ଲାଗି ‘ଏଫ୍ଆଇଆର୍’ ଦାଏର କରିବା ପ୍ରୟୋଜନ ନାହିଁ।
ବିବାହିତାଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ଦେଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଛନ୍ତି, ୨୦ରୁ ୨୪ ସପ୍ତାହ ଗର୍ଭ ହୋଇଥିବା ଏକାକିନୀ ଅଥବା ଅବିବାହିତାଙ୍କ କ୍ଷେତ୍ରରେ ଗର୍ଭପାତ ନିଷେଧ କରାଯାଇଥିବା ବେଳେ ସମାନ ପରିସ୍ଥିତିରେ ବିବାହିତା ମହିଳାଙ୍କୁ ଅନୁମତି ଦିଆଯିବା ଧାରା ୧୪ର ଦୁରୁପଯୋଗ।
ଦୈହିକ ସମ୍ପର୍କ ନିମନ୍ତେ ବିବାହ ବ୍ୟକ୍ତିବିଶେଷଙ୍କର ଅଧିକାରର ବୋଲି ପୂର୍ବ ପ୍ରଚଳିତ ଧାରଣାକୁ ଆଧୁନିକ ସମୟର ଆଇନ ଏଡ଼ାଇ ଦେଲାଣି। ପୁରୁଣା ଧାରଣାର ବଶବର୍ତ୍ତୀ ନ ହୋଇ ‘ଏମ୍ଟିପି’ ଆଇନ ଆଜିର ବାସ୍ତବତାକୁ ବିଚାର କରିବା ଉଚିତ। ଆଇନ ସ୍ଥାଣୁ ନ ହୋଇ ପରିବର୍ତ୍ତନଶୀଳ ସାମାଜିକ ବାସ୍ତବତା କଥା ଚିନ୍ତା କରିବା ଉଚିତ।
ଅସୁରକ୍ଷିତ ଗର୍ଭପାତ ସଂକ୍ରାନ୍ତରେ ଚିନ୍ତାପ୍ରକଟ କରି ସୁପ୍ରିମ୍ କୋର୍ଟ କହିଲେ, ମାତୃ ମୃତ୍ୟୁ କ୍ଷେତ୍ରରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଭାରତରେ କରାଯାଉଥିବା ୬୦% ଗର୍ଭପାତ ଅସୁରକ୍ଷିତ। ସୁରକ୍ଷିତ ଗର୍ଭପାତ ସେବା, ଗର୍ଭପାତ କରାଇବାରେ କଟକଣା ଯୋଗୁଁ ଅସୁରକ୍ଷିତ ଗର୍ଭପାତ କରାଯାଉଛି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଯଦି ଜଣେ ମହିଳା ଦାବି କରୁଛନ୍ତି କି, ସେ ଦୁଷ୍କର୍ମର ସରବ୍ୟ ହୋଇ ଅନ୍ତଃସତ୍ତ୍ବା ହୋଇଛନ୍ତି, ତେବେ ତାଙ୍କର ଗର୍ଭପାତ କରାଇବା ଲାଗି ‘ଏଫ୍ଆଇଆର୍’ ଦାଏର କରିବା ପ୍ରୟୋଜନ ନାହିଁ। ବିବାହିତାଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।


Finally a site that actually pays out without a million questions. The experience has been seamless from start to finish. Visit pkok777bet