ବର୍ଷା ଯୋଗୁଁ ଭାଙ୍ଗିଲା ମେଡିକାଲ କଲେଜ ପାଚେରୀ, ଜଣେ ମୃତ

ବର୍ଷା ଯୋଗୁଁ ଭାଙ୍ଗିଲା ମେଡିକାଲ କଲେଜ ପାଚେରୀ, ଜଣେ ମୃତ

ଭୁବନେଶ୍ୱର : ପାଚେରୀ ଭୁଶୁଡିଯିବାରୁ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ | ସୂଚନା ଅନୁସାରେ କୋରାପୁଟ ସହରରେ ଗତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପାଚେରୀ ଭାଙ୍ଗି ଯିବାରୁ ସହରର ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଛି |

ମୃତ ଯୁବକ ଜଣକ ଜଣେ ହୋଟେଲ ବ୍ୟବସାୟୀ ହୋଇଥିବାବେଳେ ସେ ସେହି ବାଟ ଦେଇ ଗଲାବେଳେ ତାଙ୍କ ଉପରେ ପାଚେରୀ ପଡିଯିବାରୁ ସେ ଗୁରୁତର ହୋଇଥିଲେ । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି | ଏହାଛଡା ଦିଲ୍ଲୀପ କୁମାର ଲେଙ୍କା ନାମକ ବ୍ୟକ୍ତିଙ୍କର କାରଟି ମଧ୍ୟ କ୍ଷତିଗସ୍ତ ହୋଇଥିବା ଜଣାପଡିଛି ।

ims news

Leave a Reply

Your email address will not be published. Required fields are marked *