ଜାତୀୟ ଭଲିବଲ୍ ଶିବିରରେ ଓଡିଶାରୁ ୫

ଭୁବନେଶ୍ବର: କିଟ୍ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଭଲିବଲ୍ ଶିବିରରେ ଓଡ଼ିଶାରୁ ୫ ଜଣଙ୍କୁ ସ୍ଥାନ ମିଳିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଭିସି ପୁରୁଷ ଚ୍ୟାଲେଞ୍ଜ୍ କପ୍ ଭଲିବଲ୍ ଚାମ୍ପିଅନ୍ସିପ୍ ଲାଗି ଆୟୋଜିତ ଶିବିରରେ ଜଗତସିଂହପୁର ରାହୁଲ ବାରିକ ଓ ଯାଜପୁରର ମାନସ ରଞ୍ଜନ ପାଣି ସ୍ଥାନ ପାଇଛନ୍ତି। ଏହି ଦୁଇ ଓଡ଼ିଆ ଖେଳାଳି କିଟ୍ରେ ଆୟୋଜିତ ଜାତୀୟ ଭଲିବଲ୍ ଓ ୩୪ତମ ଫେଡେରେସନ୍ କପ୍ରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏହି ସୁଯୋଗ ପାଇଛନ୍ତି। ଜାତୀୟ ମହିଳା ଶିବିରରେ ପୂର୍ବତନ ରେଳବାଇର ଭାଲା ଚେତନା, ଆଞ୍ଜେଲ ଯୋଶେଫ ଓ ଅଫ୍ଜଲ ପିପି ସ୍ଥାନ ପାଇଛନ୍ତି।
ସେହିପରି ଅଗଷ୍ଟ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ବାହାରିନ୍ର ରିଫାରେ ଆୟୋଜିତ ହେବାକୁ ଥିବା ୨୧ତମ ଏସୀୟ ପୁରୁଷ ୨୦ ବର୍ଷରୁ କମ୍ ଭଲିବଲ୍ ପ୍ରତିଯୋଗିତା ପାଇଁ ଆୟୋଜିତ ଜାତୀୟ ଶିବିରରେ ରାଉରକେଲାର ରାଜ କିଣ୍ଡୋ, ବରଗଡ଼ର ଆଦର୍ଶ ଗଡ଼ତିଆ ଓ କିଟ୍ ବିଶ୍ବିବିଦ୍ୟାଳୟର ମହମ୍ମଦ ରାଜାଙ୍କୁ ସୁଯୋଗ ମିଳିଛି। ଏମାନଙ୍କ ପୂର୍ବରୁ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଲାସ୍ୟମୟୀ ମହାନ୍ତ (୧୮ ବର୍ଷରୁ କମ୍ ମହିଳା), ମାମାଲି ନାଗ ଓ କିଟ୍ର ସ୍ନେହମୟୀ କିଶାନ (୨୦ ବର୍ଷରୁ କମ୍ ମହିଳା) ଜାତୀୟ ଶିବିରରେ ସ୍ଥାନ ପାଇଥିଲେ। ସୂଚନାଯୋଗ୍ୟ ଯେ ସଂପ୍ରତି କିଟ୍ଠାରେ ଜାତୀୟ ବରିଷ୍ଠ, ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳା ଏବଂ ୧୮ ବର୍ଷରୁ କମ୍ ମହିଳା ଶିବିର ଚାଲୁ ରହିଛି। ସମସ୍ତଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭକାମନା ଜଣାଇଛନ୍ତି।
If you want to gro you experience jjust keep visiting this website andd be
updated wiyh the most up-to-date information posted here.