ଭାରତରେ ଆରମ୍ଭ ହେଲା କ୍ରାୟୋଜେନିକ ଇଂଜିନ ନିର୍ମାଣ ସୁବିଧା
ଭୁବନେଶ୍ୱର : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବାଙ୍ଗାଲୋରଠାରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର ସମନ୍ୱିତ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣର ସୁବିଧାକୁ ଉଦ୍ଘାଟନ କରିଛନ୍ତି। ସେ ଏହି ଅବସରରେ କ୍ଷେତ୍ରୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ (ଦକ୍ଷିଣ କ୍ଷେତ୍ର)ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସମନ୍ୱିତ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣର ସୁବିଧାର ଉଦ୍ଘାଟନ ବାସ୍ତବ ରୂପରେ କେବଳ ହାଲ୍ ଏବଂ ଇସ୍ରୋ ନିମନ୍ତେ ନୁହେଁ, କ୍ରାୟୋଜେନିକ୍ ଏବଂ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ଗୁଡିକର ଉତ୍ପାଦନ ପାଇଁ ସମଗ୍ର ଦେଶ ନିମନ୍ତେ ଏକ ଐତିହାସିକ ମୁହୂର୍ତ୍ତ। ସେ ଆହୁରି ମଧ୍ୟ କହିଥିଲେ ଯେ, ହାଲ୍ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ପାଇଁ ବହୁତ ଅଧିକ ଅବଦାନ ରଖିଛି। ହାଲ୍ ଶକ୍ତିସମୂହ ପଛରେ ଶକ୍ତି ହୋଇ ରହିଛି। ହାଲ୍ ବିଭିନ୍ନ ସମୟରେ ବିଭିନ୍ନ ଏୟାରକ୍ରାଫ୍ଟ ପ୍ଲାଟଫର୍ମର ଗବେଷଣା, ବିକାଶ ଏବଂ ନିର୍ମାଣ କ୍ଷେତ୍ରରେ ନିଜର କ୍ଷମତା ପ୍ରଦର୍ଶିତ କରିଛି ବୋଲି ମୁର୍ମୁ କହିଥିଲେ।
ରାଷ୍ଟ୍ରପତି କହିଥିଲେ ଯେ, ଇସ୍ରୋ ଦେଶର ଗୌରବ। ଯେତେବେଳେ ଏହି ସଂସ୍ଥା ୧୯୬୦ ଦଶକରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା, ସେତେବେଳେ ଭାରତ ମଧ୍ୟ ଏକ ଯୁବ ଗଣତନ୍ତ୍ର ଥିଲା, ଯାହା ଅତ୍ୟଧିକ ଦାରିଦ୍ୟ ଏବଂ ନିରକ୍ଷରତା ଭଳି ଆହ୍ୱାନକୁ ସାମନା କରୁଥିଲା। କିନ୍ତୁ ସେତେବେଳେ ମଧ୍ୟ ଅନେକ ସମ୍ଭାବନା ରହିଥିଲା। ଇସ୍ରୋ ଯେଉଁ ଭଳି ଦ୍ରୁତଗତିରେ ବିକାଶ କରିଛି, ତାହା ସବୁଠାରୁ ଉନ୍ନତ ଦେଶଗୁଡିକର ମଧ୍ୟ ଧ୍ୟାନ ଆକର୍ଷଣ କରିଛି। ଇସ୍ରୋର ଆନ୍ତରିକ ପ୍ରୟାସ ଏବଂ ସମର୍ପଣ ଭାରତକୁ ସମଗ୍ର ବିଶ୍ୱରେ କ୍ରାୟୋଜେନିକ୍ ଇଞ୍ଜିନ୍ ନିର୍ମାଣ କ୍ଷମତା ରଖିଥିବା ଷଷ୍ଠ ଦେଶ କରି ଦେଇଛି।
ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ହାଲ୍ ଏବଂ ଇସ୍ରୋ ଏକାଠି ହୋଇ ସାମରିକ ସୁରକ୍ଷା ଏବଂ ବିକାଶ କ୍ଷେତ୍ରରେ ଯୋଗଦାନ କରିଥାନ୍ତି। ଏହି ଦୁଇଟି ସଙ୍ଗଠନ ବିଭିନ୍ନ ଉପକରଣର ବିକାଶରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି, ଯାହା ଆମ ଦେଶର ସୁରକ୍ଷା ଏବଂ ବିକାଶକୁ ସୁଦୃଢ଼ କରିଛି। ହାଲ୍ ସୁରକ୍ଷା ସମ୍ବନ୍ଧୀୟ ଉପକରଣ ନିର୍ମାଣ କ୍ଷେତ୍ରରେ ନିଜସ୍ୱ ଉଚ୍ଚ କ୍ଷମତା ସମ୍ପନ୍ନ ସୁବିଧା ସହିତ ଆମ ଦେଶ ନିମନ୍ତେ ଏକ ଅମୂଲ୍ୟ ସମ୍ପତ୍ତି ସାବ୍ୟସ୍ତ ହୋଇଛି ବୋଲି ରାଷ୍ଟ୍ରପତି କହିଥିଲେ।


Rushbet Mexico, all about that fast action! Might be fun for a quick punt. See if it’s up your alley: rushbetmexico
Hello there! Do you use Twitter? I’d like to follow you if that would be okay. I’m definitely enjoying your blog and look forward to new posts.
An interesting discussion is worth comment. I think that you should write more on this topic, it might not be a taboo subject but generally people are not enough to speak on such topics. To the next. Cheers