କଶ୍ମୀରର କୁଲ୍ଗାମ୍ରେ ୨ ଜୈଶ୍ ଆତଙ୍କବାଦୀ ନିହ
ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲା ଅନ୍ତର୍ଗତ ଅହ୍ବାତୂ ଗ୍ରାମରେ ମଙ୍ଗଳବାର ଦିନ ନିରାପତ୍ତା ବଳ ସହିତ ଗୁଳି ବିନିମୟ କରି ୨ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ ଠାରୁ ସୂଚନା ମିଳିଛି । ନିହତ ଆତଙ୍କବାଦୀମାନେ ଥିଲେ କୁଲ୍ଗାମ୍ ଅନ୍ତର୍ଗତ ବାଟପଡ଼ାର ମହମ୍ମଦ୍ ଶାଫି ଗନି ଏବଂ ତାକିୟାବାସୀ ମହମ୍ମଦ୍ ଆସିଫ୍ ୱାନି ଓରଫ୍ ଯୱାର୍। ଉଭୟ ଥିଲେ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର ସଦସ୍ୟ। ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନାକୁ ଭିତ୍ତି କରି ଅପରାହ୍ନ ପ୍ରାୟ ୩.୨୦ରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ‘ସିଆର୍ପିଏଫ୍’ ସହ ଭାରତୀୟ ସେନା ସମ୍ପୃକ୍ତ ଅଞ୍ଚଳରେ ମିଳିତ ଭାବେ ‘କର୍ଡନ୍-ଆଣ୍ଡ-ସର୍ଚ’ ଅଭିଯାନ ଚଳାଇଥିଲେ।
ନିରାପତ୍ତା ବଳ ସେ ଅଞ୍ଚଳକୁ ଘେରିଯିବା ପରେ ନିର୍ଦ୍ଦିଷ୍ଟ ଘରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଆତ୍ମରକ୍ଷା ପାଇଁ ନିରାପତ୍ତା ବଳ ପାଲଟା ଗୁଳି ଚଳାଇଲେ। ଗୁଳି ଚାଳନା ବେଳେ ଗୋଡ଼ରେ ଗୁଳିରୁ ବିଚ୍ଛୁରିତ ଧାତବ ଖଣ୍ଡ ବିଦ୍ଧ କରିବାରୁ ଜଣେ ସୈନିକ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଅବନ୍ତୀପୁରସ୍ଥିତ ୪୩୯ ଫିଲ୍ଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ଏହାଛଡ଼ା, ଆତଙ୍କବାଦୀମାନେ ନିର୍ବିଚାର ଭାବେ ଗୁଳି ଚଳାଇବାରୁ ସେମାନେ ଆତ୍ମଗୋପନ କରିଥିବା ଘର ନିକଟରେ ଥିବା ଗୋଟାଏ ଗ୍ୟାସ୍ ଗୋଦାମରେ ନିଆଁ ଲାଗି ଏକାଧିକ ବିସ୍ଫୋରଣ ସଂଘଠିତ ହୋଇଥିବା ଜଣାପଡ଼ିଛି। ପରେ ସେ ଘରେ ଆତ୍ମଗୋପନ କରିଥିବା ୨ଜଣ ଆତଙ୍କବାଦୀଙ୍କୁ ଗୁଳି କରି ମାରି ଦିଆଯାଇଥିଲା। ଗୁଳି ବିନିମୟ ସ୍ଥଳରେ ଖାନତଲାସ କରିବା ପରେ ୨ଟି ଏ.କେ. ୪୭ ରାଇଫଲ୍ ଏବଂ ଗ୍ରେନେଡ୍ ଉଦ୍ଧାର କରାଯାଇଛି।


Trang web rất uy tín và dễ sử dụng. Tôi rất thích cách họ hỗ trợ khách hàng tận tình. Mọi người nên thử trải nghiệm tại vnshbbet
Clean design and great performance on mobile. It is hard to find a place this reliable these days. I am sticking with bruuu555 for a long time.
[7492]Apinaga: Link Alternatif Daftar Akun Slot Gacor Deposit Dana,Apinaga menyediakan link alternatif resmi untuk daftar akun dengan mudah. Nikmati slot gacor deposit dana dan download apk slot terpercaya sekarang juga. visit: apinaga