କଟକରୁ ତଡ଼ିପାର ହେବେ ଗ୍ୟାଙ୍ଗ୍‌ଷ୍ଟର ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀ

କଟକରୁ ତଡ଼ିପାର ହେବେ ଗ୍ୟାଙ୍ଗ୍‌ଷ୍ଟର ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର : କମିସନରେଟ ପୁଲିସ ଗ୍ୟାଙ୍ଗଷ୍ଟର ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସହରରୁ ତଡିପାର କରିବ। ସେଥିପାଇଁ ଡିସିପି ପିନାକ ମିଶ୍ର ପୁଲିସ କମିସନରଙ୍କୁ ଜଣାଇଛନ୍ତି। ସମସ୍ତ ଅଭିଯୁକ୍ତ ନିଜ ପକ୍ଷ ରଖିବା ପରେ ସହର ଛାଡିବା ପାଇଁ ସଜବାଜ ହେବେ। ତେବେ ସମସ୍ତ ଅଭିଯୁକ୍ତ ଜେଲରୁ ମୁକୁଳିବା ପରେ ଏବେ ସହରରେ ଅଛନ୍ତି। ତେଣୁ ସେମାନଙ୍କୁ ସହରରୁ କାଢିବା ପାଇଁ ପୁଲିସ ପଦକ୍ଷେପ ନେଉଛି। କେବଳ ସକିଲ ନୁହେଁ। ବରଂ ସକିଲ ସହ ୧୧ ଅପରାଧୀ ସହର ଛାଡିବେ। ଏଥିପାଇଁ ଡିସିପି ପୁଲିସ କମିସନରଙ୍କ ଅନୁମତି ମାଗିଛନ୍ତି। ସକିଲ ସହ ତାଲିକାରେ ଡାନି ଓରଫ ଶଶିକାନ୍ତ ଖଣ୍ଡେଇ ଓ ମିଲନ ଲେଙ୍କା ଭଳି ଅପରାଧୀ ରହିଛନ୍ତି। ଏହି ସବୁ ଅଭିଯୁକ୍ତଙ୍କ ନାମରେ ହତ୍ୟାକାଣ୍ଡ ଠାରୁ କରି ୧୦ରୁ ଊର୍ଦ୍ଧ୍ବ ଅପରାଧୀକ ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ ଜାରି ହୋଇଥିବା ବେଳେ ପକ୍ଷ ରଖିବାକୁ କୁହାଯାଇଛି।

ତଡିପାର ହେବାକୁ ଥିବା ସମସ୍ତ ଅଭିଯୁକ୍ତ ନିକଟରେ ଜେଲରୁ ମକୁଳିଛନ୍ତି। ଯେହେତୁ ସେମାନେ ସହରରେ ଅଛନ୍ତି। ଆଗକୁ ଅପରାଧ ଘଟାଇବାର ସମ୍ଭାବନା ରହିଛି। ତେଣୁ ଏମାନଙ୍କୁ ସହରରୁ ତଡିପାର ପାଇଁ ସୁପାରିସ କରାଯାଇଛି। କମିସନରେଟ ପୁଲିସର ପାର୍ବଣ ପାଇଁ ଚାଲୁଥିବା ସ୍ବତନ୍ତ୍ର ଡ୍ରାଇଭରେ ବିଭିନ୍ନ ଥାନା ଅଧିନର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରିବା ପାଇଁ ୧୧ ଜଣିଆ ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୁଲିସ। ତେବେ ତଡିପାର ନିର୍ଦ୍ଦେଶ ପରେ ଅଭିଯୁକ୍ତମାନେ ସହର ଛାଡିବାକୁ ବାଧ୍ଯ ନହେଲେ ଆଇନ ଅନୁସାରେ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି। ତଡିପାର ହେବାକୁ ଥିବା ୧୧ ଅପରାଧୀ ଆସନ୍ତା ୨୮ ତାରିଖରେ ନିଜର ପକ୍ଷ ରଖିବେ।

ims news

8 thoughts on “କଟକରୁ ତଡ଼ିପାର ହେବେ ଗ୍ୟାଙ୍ଗ୍‌ଷ୍ଟର ସକିଲ ସମେତ ୧୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀ

  1. I have been searching for a reliable gaming spot for a long time and finally found my new favorite hangout. The interface is super smooth and the support team always jumps in to help when I need something. Definitely giving it a five star recommendation for anyone looking to play with peace of mind. gg8ac

  2. Hello, i read your blog occasionally and i own a similar one and i was just wondering if you get a lot of spam comments? If so how do you stop it, any plugin or anything you can suggest? I get so much lately it’s driving me mad so any support is very much appreciated.

Leave a Reply

Your email address will not be published. Required fields are marked *