ଆଚରଣ ବିଧି ଉଲଂଘନ କରୁଛି ଶାସକ ଦଳ

ଆଚରଣ ବିଧି ଉଲଂଘନ କରୁଛି ଶାସକ ଦଳ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଚାଲୁଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ଦଳକୁ ଘଣ୍ଟ ଘୋଡ଼ାଇବା ସହ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି। ନିଜେ ସିଇଓ ବାଡ଼ ସାଜି କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନମୁଖ୍ୟ ନିର୍ବାଚନ ଅଧିକାରୀ ଆଚାରଣବିଧି ଉଲ୍ଲଂଘନ କରୁଛନ୍ତି ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି। ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟିତ୍ୱରେ ନିୟୋଜିତ ଅଛନ୍ତି।

ଏହି ପ୍ରସଙ୍ଗରେ ବିଜେପି ତରଫରୁ ସିଇଓ, ଭଦ୍ରକ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଏସ୍‌ଏଚ୍‌ଜି ଗ୍ରୁପ୍‌ ଜରିଆରେ ଟଙ୍କା ବାଣ୍ଟିବାର ପ୍ରମାଣ ଦିଆଯିବା ସତ୍ତ୍ବେ ସିଇଓ କିମ୍ବା ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।

ଅନ୍ୟ ପଟେ ନିଜ ଆଡ଼ୁ କୌଣସି ତତ୍ପରତା କିମ୍ବା ପଦକ୍ଷେପ ଗ୍ରହଣ କରୁନଥିବା ଉଭୟ ସିଇଓ ଓ ଜିଲ୍ଲାପାଳ ପ୍ରଛଦରେ ରହି ଶାସକ ବିଜେଡି ସପକ୍ଷରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ। କେବଳ ଏତିକି ନୁହେଁ ଧାମନଗର ନିର୍ବାଚନ ପାଇଁ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଞ୍ଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଏହାର ଭିଡ଼ିଓ ବର୍ତମାନ ହାଟରେ ପଡି ଦାଣ୍ଡରେ ବୁଲୁଛି, ତଥାପି ଉଭୟ ସିଇଓ ଏବଂ ଜିଲ୍ଲାପାଳ ନିରବ। ନିଜ କର୍ତବ୍ୟ ଓ ଦାୟିତ୍ୱରୁ ଓହରି ଯାଇ ଉଭୟ ସିଇଓ ଓ ଜିଲ୍ଲାପାଳ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଆଇନବିରୋଧୀ। ଏହି ଘଟଣାରେ ସିଇଓ ନିଜ କ୍ଷମତାର ବ୍ୟବହାର କରି ଆଇପିସି ଧାରା ୧୭୧-ବି, ୧୭୧-ସି, ୧୭୧-ଇ, ୧୭୧-ଏଫ୍ ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ ଅନୁଯାୟୀ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଦାବି ପତ୍ର ଦେଇଥିଲା। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମୁଖପାତ୍ର ମନୋଜ ମହାପାତ୍ର, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ims news

3 thoughts on “ଆଚରଣ ବିଧି ଉଲଂଘନ କରୁଛି ଶାସକ ଦଳ

  1. I’ve been trying out a few platforms lately and this one really stands out. The interface is super smooth and everything just works. Definitely worth a look if you want a hassle-free experience. Check out bdkrikia

Leave a Reply

Your email address will not be published. Required fields are marked *