ପ୍ରଥମରୁ ଚମ୍ପିୟାନ ଦଳକୁ ଝଟକା
ଭୁବନେଶ୍ୱର : ଟି-୨୦ ବିଶ୍ବକପ ପ୍ରଥମ ସୁପର-୧୨ ମୁକାବିଲାରେ ବର୍ତ୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି । ଦଳ ନ୍ୟୁଜିଲାଣ୍ଡଠାରୁ ୮୯ ରନରେ ହାରିଯାଇଛି । ସିଡନିଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଚ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ମାତ୍ର ୫୮ଟି ବଲରୁ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଫିନ ଆଲେନ ୪୨ ଓ କେନ ଓ୍ବିଲିଅମସନ ୨୩ ରନ କରିଥିଲେ ।
୨୦୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଡେଭିଡ ଓ୍ବାର୍ଣ୍ଣରଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । କେବଳ ଗ୍ଲେନ ମାକ୍ସଓ୍ବେଲ ସର୍ବାଧିକ ୨୮ ରନ କରିଥିଲେ । ପ୍ୟାଟ୍ କମିନ୍ସ ୨୧ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ୨ୟ ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନକୁ ଭେଟୁଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।


Great wordpress blog here.. It’s hard to find quality writing like yours these days. I really appreciate people like you! take care
Love the graphics and the overall vibe of the platform. Had a great winning streak on phjiligo88 last night!
Great variety of games and the app doesn’t lag at all. I’ve managed to hit a few nice streaks here lately. Highly recommended for anyone in PH. 9ajilicasino