ଇନ୍ଦ୍ରାଗାନ୍ଧୀଙ୍କ ପରେ ନୋଟି ବିନୋଦିନୀଙ୍କ ବାୟୋପିକରି ନଜର ଆସିବେ କଙ୍ଗନା
ଭୁବନେଶ୍ୱର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧିଙ୍କ ବାୟୋପିକ୍ ‘ଏମର୍ଜେନ୍ସି’ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ୍ । ଏଥିରେ ସେ ଇନ୍ଦିରା ଗାନ୍ଧିଙ୍କ ଭୂମିକା ଅଭିନୟ କରିଛନ୍ତି । ବର୍ତ୍ତମାନ ଆଉ ଏକ ବଡ଼ ପ୍ରୋଜେକ୍ଟ ସେ ଘୋଷଣା କରିଛନ୍ତି । ଅନ୍ୟତମ ବଙ୍ଗଳା ଥିଏଟର ସୁପର୍ଷ୍ଟାର୍ ନୋଟି ବିନୋଦିନୀଙ୍କ ବାୟୋପିକ୍ ସେ ସାଇନ୍ କରିଛନ୍ତି ।
ଏହି ମେଗା-ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ‘ପରିଣୀତି’ ଫେମ୍ ପ୍ରଦୀପ ସରକାର । ଫିଲ୍ମର କାହାଣୀ ଲେଖିଛନ୍ତି ପ୍ରକାଶ କାପାଡ଼ିଆ, ଯିଏକି ‘ତାନାଜୀ’, ‘ପଦ୍ମାବତ୍’ ‘ଦେବଦାସ’ ଓ ‘ବ୍ଲାକ୍’ ଭଳି ଫିଲ୍ମର କାହାଣୀ ଲେଖିଛନ୍ତି । ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ କଙ୍ଗନା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି କହିଛନ୍ତି । ସେଥିପାଇଁ ଏହି ସୁଯୋଗ ପାଇ ସେ ବହୁତ ଖୁସି । ଦେଶର କିଛି ମହାନ କଳାକାରଙ୍କ ଉଲ୍ଲେଖଯୋଗ୍ୟ ଯାତ୍ରାର ଅଂଶ ହୋଇ ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କହିଛନ୍ତି ।
‘ଏମର୍ଜେନ୍ସି’ର ସୁଟିଂ ଶେଷ କରି ଆସନ୍ତା ବର୍ଷ ପ୍ରାରମ୍ଭରେ ସେ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି । ରାଜନୈତିକ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସି’ରେ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ କଙ୍ଗନା ନିଜେ ନିର୍ବାହ କରିଛନ୍ତି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ମିଲିଟାରୀ ଡ୍ରାମା ‘ତେଜସ୍’ ଓ ପୌରାଣିକ ଫିଲ୍ମ ‘ସୀତା’ ।


Trying to get into basantclub is pretty straightforward with basantclublogin. Quick and easy login process, gets you right into the action. Check it to get that thing done here: basantclublogin
I am very happy to read this. This is the type of manual that needs to be given and not the random misinformation that is at the other blogs. Appreciate your sharing this best doc.
very good post, i actually love this web site, carry on it