ବାତ୍ୟା ପାଇଁ ହେଲା ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ବାତ୍ୟା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ରିଲିଫ କମିସନଙ୍କ ନିର୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ । ସୂଚନାନୁସାରେ ଅନୁଷ୍ଠିତ ବୈଠକରେ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି , ଶୁଖିଲା ଖାଦ୍ୟ, ଗୋ ଏବଂ ପଶୁ ଖାଦ୍ୟର ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଛି । ଏହାସହିତ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଆନୁସଙ୍ଗିକ ଭିତ୍ତିଭୂମୀର ଯାଞ୍ଚ କରିବାକୁ ତହସିଲଦାର ଓ ବିଡିଓଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳକୁ କିଭଳି ଠିକଣା ସମୟରେ ପହଞ୍ଚିବ ସେନେଇ ବ୍ୟବସ୍ଥା କରିବାକୁ ଯୋଗାଣ ବିଭାଗକୁ କୁହାଯାଇଛି।
ଏହାସହ ସ୍ୱାସ୍ଥ୍ୟ ବିଭାଗ ଓ ପଶୁ ଚିକିତ୍ସା ବିଭାଗକୁ ମଧ୍ୟ ଟିମ ଗଠନ କରି ଆବଶ୍ୟକ ସରଂଜାମ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଞ୍ଚଳରେ ଥିବା ଆସନ୍ନ ପ୍ରସବାଙ୍କୁ ଚିହ୍ନଟ କରି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୁହାଯାଇଛି। ସେହିଭଳି ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ତଳିଆ ଅଞ୍ଚଳ ଓ କଚ୍ଚାଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳି ଆଣିବାକୁ ବ୍ୟବସ୍ଥା କରିବା ସହ ବାତ୍ୟା ନେଇ ସଚେତନ କରିବାକୁ ବ୍ଲକ ଓ ପଂଚାୟତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍କେ ମୁର୍ମୁ, ଜରୁରୀକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା, ଯୋଗାଣ ଅଧିକାରୀ ସୁଗୁଡ଼ା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ସମେତ ବିଡିଓ ଓ ତହସିଲଦାରମାନଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


If you love slots then this is the place to be. The variety is insane and the loading times are very short. Big shoutout to 50jilislot for the awesome vibes.
I really appreciate the transparency and the quick payouts. It is hard to find a site that is this honest with its players these days. Great experience overall with 32reds
The app version is way more convenient than the browser. I can play anywhere and the connection is stable. Love using bd89bdapp on my phone.