ସନ୍ଦେହ ରୁ ହତ୍ୟା କଲେ ଗ୍ରାମବାସୀ
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା କାଲିମେଳାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ପଦିଆ ମାଡକାମି (୬୫)।
ସୂଚନା ଅନୁଯାୟୀ, ଗ୍ରାମର ପଦିଆ ମାଡକାମି (୬୫) ପୁଜାର୍ଚ୍ଚନା କାର୍ଯ୍ୟ କରନ୍ତି। ଗତ କିଛି ଦିନ ଧରି ଗ୍ରାମର କିଛି ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଗ୍ରାମବାସୀ ସନ୍ଦେହ କରୁଥିଲେ ଯେ ପଦିଆ ଗୁଣିଗାରେଡ଼ି କରୁଥିବାରୁ ଏପରି ଘଟୁଛି।
ବୁଧବାର ସକାଳେ ଏନେଇ ଗାଁରେ ପ୍ରଜାକୋର୍ଟ ବସିଥିଲା। ଗ୍ରାମବାସୀମାନେ ପଦିଆଙ୍କୁ ତାଙ୍କ ପୁଅ, ଝିଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ନାରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ପଦିଆ ମାଡକାମୀଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଛାନ୍ଭିନ୍ କରିବା ସହିତ ୫ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।