୨୪ ବର୍ଷ ପରେ ଦ୍ୱିତୀୟ ଥର ବ୍ରଜରାଜନଗର ଉପନିର୍ବାଚନ: ଝାରସୁଗୁଡ଼ାରେ ମାଳମାଳ ନେତା, ମନ୍ତ୍ରୀ; ସବୁ ହୋଟେଲ୍‌ ଫୁଲ୍‌

୨୪ ବର୍ଷ ପରେ ଦ୍ୱିତୀୟ ଥର ବ୍ରଜରାଜନଗର ଉପନିର୍ବାଚନ: ଝାରସୁଗୁଡ଼ାରେ ମାଳମାଳ ନେତା, ମନ୍ତ୍ରୀ; ସବୁ ହୋଟେଲ୍‌ ଫୁଲ୍‌

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ୧୯୯୮ ମସିହାରେ ବ୍ରଜରାଜନଗରରେ ପ୍ରଥମ ଉପନିର୍ବାଚନ ହୋଇଥିଲା। ସେତେବେଳେ ବ୍ରଜରାଜନଗରର ବିଧାୟକ ଥିବା ବିଶିଷ୍ଟ ବାମପନ୍ଥୀ ନେତା ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ସେଠାକାର ଭୋଟର ଉପନିର୍ବାଚନକୁ ସାମ୍‌ନା କରିଥିଲେ। ଏହାର ୨୪ ବର୍ଷ ପରେ ଏଠାରେ ଆଉ ଏକ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରକାରୀସ୍ତରରେ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ବେଳେ ନିର୍ବାଚନରେ ବଡ଼ ଲଢ଼େଇର ସମ୍ମୁଖୀନ ହେବାକୁ କଂଗ୍ରେସ, ବିଜେଡି ଓ ବିଜେପି ସମସ୍ତେ ଅଣ୍ଟାଭିଡ଼ି ବାହାରି ପଡ଼ିଛନ୍ତି। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ନେତାଙ୍କ ସୁଅ ଛୁଟିବାରେ ଲାଗିଛି। ୩୮ଟି ପଞ୍ଚାୟତ ଓ ୨ଟି ପୌରାଞ୍ଚଳକୁ ନେଇ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଗାଁ ଗାଁରେ ଚାଲିଛି ସଭା, ସମାବେଶ ଓ କର୍ମୀ ସମ୍ମିଳନୀ। ତାପମାତ୍ରା ୪୨ ରୁ ୪୪ ଡିଗ୍ରି ରହୁଥିଲେ ମଧ୍ୟ ଏହାକୁ ନେତା ଓ କର୍ମୀ ଖାତିର କରୁ ନହାନ୍ତି। ପଞ୍ଚାୟତ ପଞ୍ଚାୟତ ଘୂରି ବୁଲି ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି।

ims news

Leave a Reply

Your email address will not be published. Required fields are marked *