ବଢିପାରେ ସୁନା-ରୂପାର ମୂଲ୍ୟ,ଶସ୍ତା ହେବ ଖାଇବା ତେଲ ଦାମ୍!

ବଢିପାରେ ସୁନା-ରୂପାର ମୂଲ୍ୟ,ଶସ୍ତା ହେବ ଖାଇବା ତେଲ ଦାମ୍!

ଭୁବନେଶ୍ୱର : ଖାଇବା ତେଲର ଦାମ୍ ହ୍ରାସ କରିବା ପାଇଁ ସରକାର ପୁଣିଥରେ ବଡ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପାମ୍ ଅଏଲର ବେସ୍ ଇମ୍ପୋର୍ଟ ପ୍ରାଇସ୍ କାଟ୍ କରାଯାଇଛି, ସେଭଳି ସୋୟାବିନ୍ ତେଲ ଓ ସୁନା-ରୂପାର ବେସ୍ ଇମ୍ପୋର୍ଟ ପ୍ରାଇସ୍ ବଢାଇ ଦିଆଯାଇଛି। ସରକାର ମଙ୍ଗଳବାର ବିଳମ୍ବିତ ରାତିରେ ଜିରୋ ଷ୍ଟେଟମେଣ୍ଟରେ କହିଛନ୍ତି, କ୍ରୁଡ ଓ ରିଫାଇଡ଼ଡ୍ ପାମ୍ ଅଏଲର ଆଧାରରେ ବେସ୍ ଇମପୋର୍ଟ ପ୍ରାଇସ ହ୍ରାସ କରିଦେଇଛନ୍ତି। ସେଭଳି କ୍ରୁଡ୍ ସୋୟା ଅଏଲର ଉତ୍ପାଦନ ମୂଲ୍ୟରେ ବୃଦ୍ଧି କରାଯାଇଛି। ଏହି ପଦକ୍ଷେପ ଦ୍ବାରା ସୋୟାବିନ ତେଲ ଆଗାମୀ ଦିନରେ ମହଙ୍ଗା ହୋଇପାରିବ, ସେଭଳି ପାମ୍ ଅଏଲର ଖୁଚୁରା ମୂଲ୍ୟରେ ହ୍ରାସ ଘଟିବାର ସମ୍ଭାବନା ରହିଛି।

ସରକାର ପ୍ରତି ୧୫ ଦିନରେ ଖାଇବା ତେଲ ଓ ସୁନାର ରୂପାର ବେସ୍ ପ୍ରାଇସ୍‌ରେ ପରିବର୍ତ୍ତନ କରିଥାନ୍ତି। ଏହି ମୂଲ୍ୟ ଆଧାରରେ ସରକାର ଟ୍ୟାକ୍ସ ନିର୍ଦ୍ଧାରଣ କରିଥାନ୍ତି। କୌଣସି ଉତ୍ପାଦର ଆଧାରରେ ଆମଦାନୀ ମୂଲ୍ୟ ଉପରେ ଲାଗୁଥିବା ଟ୍ୟାକ୍ସର ମାତ୍ରା ଧାର୍ଯ୍ୟ କରାଯାଇଥାଏ। କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ମୂଳ ମୂଲ୍ୟ ଉପରେ ବ୍ୟବସାୟ ପାଇଁ କର ଦାୟିତ୍ୱ ଧାର୍ଯ୍ୟ କରିଥାଏ। ଗତ ସପ୍ତାହରେ ମଧ୍ୟ ସରକାର ଖାଇବା ତେଲର ମୂଲ୍ୟ ହ୍ରାସ କରିବା ପାଇଁ ବଡ ଘୋଷଣା କରିଛନ୍ତି। ସେତେବେଳେ ସରକାର ବାର୍ଷିକ ୨୦ ଲକ୍ଷ ଟନ୍ ସୋୟା ତେଲର ଉତ୍ପାଦନ ଉପରେ ଶୁ୍କ୍ଳ ଶେଷ କରିଦେଇଥିଲେ। ଭାରତ ନିଜର ଆବଶ୍ୟକତାର ଖୁବ୍ ନିକଟରେ ୬୦ ପ୍ରତିଶତ ଖାଇବା ତେଲ ପ୍ରତି ବର୍ଷ ଆମଦାନୀ କରିଥାଏ, ଯାହାକି ଦୁନିଆର ଅନ୍ୟ କୌଣସି ଦେଶ ତୁଳନାରେ ସବୁଠାରୁ ଅଧିକ। ଅଶୋଧିତ ପାମ୍ ଅଏଲ, ଯାହାକି ପୂର୍ବରୁ ୧,୭୦୩ ଡଲାର ପ୍ରତି ଟନ୍ ହିସାବରେ ଉତ୍ପାଦନ କରାଯାଇଥାଏ। ଏବେ ୧,୬୨୫ ଡଲାର ପ୍ରତି ଟନ୍ ମୂଲ୍ୟରେ ମିଳିବ। ଏଭଳି ଭାବରେ ଆରବିଡି ପାମ୍ ଅଏଲ ଆଧାରରେ ଉତ୍ପାଦନ ମୂଲ୍ୟକୁ ମଧ୍ୟ ୧,୭୬୫ ଡଲାର ପ୍ରତି ଟନ୍‌ରୁ ୧,୭୩୩ କୁ ହ୍ରାସ କରିଦେଇଥଲା। ଆରବିଡି ପାମୋଲିନ୍ ବେସ୍ ଇମ୍ପୋର୍ଟ ପ୍ରାଇସ୍ ମଧ୍ୟ ହ୍ରାସ କରି ୧,୭୪୪ ଡଲାର କରି ଦିଆଯାଇଥିଲା, ଯାହାକି ଏବେ ବି ୧୭୭୧ ଡଲାର ପ୍ରତି ଟନ୍ ହିସାବରରେ ଉତ୍ପାଦନ କରାଯାଇଥାଏ।

ସରକାର ଯେଉଁଠି ପାମ୍ ଅଏଲ୍ ଉତ୍ପାଦନ ରେଟ୍‌ କାଟ କରିଛନ୍ତି, ସେଠାରେ ଅଶୋଧିତ ସୋୟା ଅଏଲର ଉତ୍ପାଦନ ମହଙ୍ଗା କରିଦେଇଛି। ଏବେ ଅଶୋଧିତ ସୋୟା ତେଲର ପ୍ରତି ଟନ୍ ଉତ୍ପାଦନ ଉପରେ ବ୍ୟବସାୟୀଙ୍କୁ ୧,୮୬୬ ଡଲାର ଦେବାକୁ ହେବ, ଯାହାକି ପୂର୍ବରୁ ୧,୮୨୭ ଡଲାର କରାଯାଇଥାଏ। ଏହାଛଡା ସୁନା ଓ ରୂପାର ବେସ୍ ଇମ୍ପୋର୍ଟ ପ୍ରାଇସ ମଧ୍ୟ ବୃଦ୍ଧି ହୋଇଛି। ସୁନାର ବେସ୍ ଇମ୍ପୋର୍ଟ ପ୍ରାଇଜ୍ ଏବେ ୫୯୭ ଡଲାର ପ୍ରତି ୧୦ ଗ୍ରାମ୍ ରହିବ, ଯାହାକି ପୂର୍ବରୁ ୫୯୨ ଡଲାର ଥିଲା। ଏଭଳି ଭାବରେ ରୂପାର ବେସ୍ ଇମ୍ପୋର୍ଟ ପ୍ରାଇଜ୍ ଏବେ ୭୨୧ ଡଲାର ପ୍ରତି କିଲୋଗ୍ରାମ୍ ହୋଇଯାଇଛି, ଯାହାକି ପୂର୍ବରୁ ୬୮୭ ଡଲାର ପ୍ରତି କିଲୋଗ୍ରାମ୍ ଥିଲା।

ims news

Leave a Reply

Your email address will not be published. Required fields are marked *