୫୮ ବର୍ଷ ହାରରେ ପେନସନ, କିନ୍ତୁ ୬୦ ବର୍ଷ ଚାକିରୀ
ଭୁବନେଶ୍ୱର : ୬୦ ବର୍ଷ ଯାଏ କାମ କରିବେ। କିନ୍ତୁ ୫୮ ବର୍ଷ ପର୍ଯ୍ୟନ୍ତ ଯେଉଁ ହାରରେ ଦରମା ପାଉଥିବେ, ସେହି ହାରରେ ପେନ୍ସନ୍ ପାଇବେ କର୍ମଚାରୀ । ସରକାରୀସ୍ତରରେ ଏଭଳି ବିଚିତ୍ର ନିୟମ ଆଉ ବ୍ୟବସ୍ଥା ହୁଏତ ସାରାଦେଶରେ କେଉଁଠି ଦେଖିବାକୁ ମିଳିବ ନାହିଁ। ଏହି ଘଟଣାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥାଇ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଇ ଅଦାଲତି ପ୍ରକ୍ରିୟାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ନିଜ କର୍ମଚାରୀଙ୍କୁ ନ୍ୟାୟ ନ ଦେଇ ଅଦାଲତି ପ୍ରକ୍ରିୟାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ଆଗଭର ଘଟଣାରେ କର୍ତ୍ତୃପକ୍ଷ ବାସ୍ତବରେ କାହା ସ୍ୱାର୍ଥକୁ ଜଗୁଛନ୍ତି, ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଅତ୍ୟନ୍ତ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ରେ। ଯେତେବେଳେ ରାଜ୍ୟରେ ସରକାରୀ ଚାକିରିଆଙ୍କ ଅବସର ବୟସ ସୀମା ୫୮ ଥିଲା, ସେତେବେଳେ ବୋର୍ଡର ଏକ ସ୍ୱତନ୍ତ୍ର ନିୟମ ରହିଥିଲା।
କର୍ମଚାରୀମାନେ ୬୦ ବର୍ଷ ଯାଏ କାମ କରିବେ କିନ୍ତୁ ୫୮ ବର୍ଷ ବେଳକୁ ଯେଉଁ ହାରରେ ଦରମା ପାଉଥିବେ, ସେହି ହାରରେ ସେମାନଙ୍କ ପେନ୍ସନ୍ ନିର୍ଦ୍ଧାରଣ ହେବ। ପରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦କୁ ବୃଦ୍ଧି ପାଇଲା ପରେ ବି ବୋର୍ଡର ଏହି ନିୟମ କିନ୍ତୁ ଆଉ ବଦଳିଲା ନାହିଁ। କେବଳ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ଷେତ୍ରରେ ୬୦ ବର୍ଷ ଅବସର ବୟସ ଓ ସେହି ସମୟରେ ପାଉଥିବା ଦରମା ହାର ଅନୁଯାୟୀ ପେନସନ୍ ଲାଗୁ ହେଲା। ଏଭଳି ଅତ୍ୟନ୍ତ ଅସଂଗତ, ଅବାସ୍ତବ ପେନ୍ସନ୍ ନିୟମ ବିରୋଧରେ ପ୍ରଥମେ ବୋର୍ଡର ୬ ଜଣ ଅବସରପ୍ରାପ୍ତ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ସେମାନଙ୍କ ସପକ୍ଷରେ ନ୍ୟାୟ ଦେଇଥିଲେ। କିନ୍ତୁ, ବୋର୍ଡ କର୍ତ୍ତୃପକ୍ଷ ତାହା ବିରୋଧରେ ସୁପ୍ରିମକୋର୍ଟକୁ ଗଲେ। ସୁପ୍ରିମକୋର୍ଟ ବି କର୍ମଚାରୀଙ୍କ ସପକ୍ଷରେ ରାୟ ଦେଲେ। ତାହାକୁ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟକାରୀ ନକରି ସମୟ ଗଡ଼ାଇ ଚାଲିଲେ। ଏହାକୁ ନେଇ ଅବସରପ୍ରାପ୍ତ କର୍ମଚାରୀମାନେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ଏବଂସେହି ମାମଲାର ରାୟ ଆସିବା ପରେ ବୋର୍ଡ କର୍ତ୍ତୃପକ୍ଷ ସେମାନଙ୍କୁ ୬୦ ବର୍ଷ ଚାକିରି ନିୟମ ଆଧାରରେ ବକେୟା ପେନସନ୍ ରାଶି ପ୍ରଦାନ କଲେ।
ପ୍ରଥମ ଦଫାରେ ଏହି ପ୍ରକ୍ରିୟାରେ ବୋର୍ଡର ମାତ୍ର ୬ ଜଣ ଅବସରପ୍ରାପ୍ତ କର୍ମଚାରୀ ନ୍ୟାୟ ପାଇଲେ। କିନ୍ତୁ ଅଦାଲତ ଯାଇ ନଥିବା ଅଥବା ପରବର୍ତ୍ତୀ ସମୟରେ ଅବସର ନେଇ ଥିବା କର୍ମଚାରୀଙ୍କ କ୍ଷେତ୍ରରେ ବୋର୍ଡ କର୍ତ୍ତୃପକ୍ଷ ଏ ନିୟମ ଲାଗୁ ନ କରି ପୁଣି ପୁରୁଣା ନିୟମରେ ପେନ୍ସନ୍ ଦେଲେ। ଫଳରେ ପୁଣି ୫୩ ଜଣ ଅବସରପ୍ରାପ୍ତ କର୍ମଚାରୀ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଅଦାଲତ ଲଢେଇ ଲଢିଲେ ଏବଂ ନ୍ୟାୟ ପାଇଲେ। ବଡ଼ ବିଚିତ୍ର ଢଙ୍ଗରେ ବୋର୍ଡ କର୍ତ୍ତୃପକ୍ଷ କେବଳ ସେହି ୫୩ ଜଣଙ୍କୁ ୬୦ ବର୍ଷ ଅବସର ନିୟମରେ ପେନ୍ସନ୍ ଦେଇ ଅନ୍ୟ ମାନଙ୍କ ପାଇଁ ଆଉ ତାହାକୁ ଲାଗୁ କଲେନାହିଁ। ଏହା ବିରୋଧରେ ପୁଣି ୪୮ ଜଣ ଅବସରପ୍ରାପ୍ତ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ଏସ. କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ସେପ୍ଟେମ୍ବର ୨୬ ତାରିଖରେ ଏହି ମାମଲାରେ ରାୟ ପ୍ରଦାନ କରି ୩ ମାସ ଭିତରେ ସମସ୍ତ ୪୮ ଜଣଙ୍କୁ ୬୦ ବର୍ଷ ଅବସର ସମୟରେ ସେମାନେ ପାଉଥିବା ଦରମା ହାରରେ ପେନ୍ସନ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ହାଇକୋର୍ଟର ଡିଭିଜନ୍ ବେଞ୍ଚ ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ଦେଇ ସାରିଥିବା ବେଳେ ବର୍ତ୍ତମାନର ଆବେଦନକାରୀ ସେହି ଆଧାରରେ କାହିଁକି ନ୍ୟାୟ ପାଇବେ ନାହିଁ ବୋଲି ମଧ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏବେ ୪୮ ଜଣଙ୍କୁ ୩ ମାସ ଭିତରେ ପେନସନ୍ ଦେବେ ନା ଏହା ବିରୋଧରେ କର୍ତ୍ତୃପକ୍ଷ ପୁଣି ପୂର୍ବଭଳି ସୁପ୍ରିମକୋର୍ଟ ଯିବେ, ତାହାକୁ ନେଇ ଏବେ ବି ବିଭିନ୍ନ ମହଲରେ ଆଶଙ୍କା ରହିଛି।


Just hopped on 10brl. Seems legit! Navigation is pretty straightforward. Give it a look-see and let me know what you think. 10brl
Thanks for the sensible critique. Me and my neighbor were just preparing to do some research on this. We got a grab a book from our local library but I think I learned more clear from this post. I’m very glad to see such wonderful info being shared freely out there.
Wonderful web site. A lot of helpful info here. I am sending it to some pals ans additionally sharing in delicious. And naturally, thanks to your sweat!
Just desire to say your article is as amazing. The clarity in your post is simply excellent and i could assume you are an expert on this subject. Well with your permission let me to grab your feed to keep up to date with forthcoming post. Thanks a million and please continue the rewarding work.