ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ

ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ

ଭୁବନେଶ୍ୱର: ଶେଷରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ | ଆଜି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେଡିରୁ ବିଦା କରାଯାଇଛି | ସୂଚନାଅନୁସାରେ ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ବିଜେଡି, ବିଜେପି, କଂଗ୍ରେସ ଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି | ବିଜେଡି ଟିକେଟରୁ ବଂଚିତ ହେବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର | ଆଉ ତାଙ୍କୁ ମନାଇବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ପ୍ରାର୍ଥୀପତ୍ର ଦାଖଲ ପରେ ବି ବିଜେଡି ଆଶା ରଖିଥିଲା ଯେ ରାଜୁ ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ | କିନ୍ତୁ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କିନ୍ତୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ |

ପରିଶେଷରେ ଆଜି ତାଙ୍କୁ ବିଜେଡିରୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି | ଉଲ୍ଲେଖଯୋଗ୍ୟ କି ଧାମନଗର ଉପନିର୍ବାଚନରେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ, ପବିତ୍ର ମୋହନ ଦାସଙ୍କୁ ମିଶାଇ ମୋଟ୍‌ ୫ ଜଣ ରହିଛନ୍ତି। ବିଜେପି, ବିଜେଡି, କଂଗ୍ରେସ ତିନି ପ୍ରମୁଖ ଦଳର ଦଳୀୟ ଚିହ୍ନ ରହିଥିବା ବେଳେ ବିଜେଡିର ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନୌକା ଓ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି । ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ।

ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବ। କେହି କାହାକୁ ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ବିଜେପି ଦଖଲରେ ଥିଲା। ଏଠାରୁ ବିଷ୍ଣୁ ସେଠୀ ବିଧାୟକ ଥିଲେ। ବିଷ୍ଣୁଙ୍କୁ ଅକାଳ ବିୟୋଗରେ ଏହି ଆସନଟି ଖାଲି ପଡିଥିଲା। ଏଥିପାଇଁ ହେଉଥିବା ଉପ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା ହେବାକୁ ଥିଲା। ମାତ୍ର ବିଜେଡ଼ି ଦଳର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଟିକଟରୁ ବଞ୍ଚିତ କରିବା ପରେ ବିଜେଡ଼ି ରାଜନୀତି ଏଠି ଅଡ଼ୁଆ ହୋଇଛି।

ims news

Leave a Reply

Your email address will not be published. Required fields are marked *