ଅକ୍ଟୋବର ୫ରେ ବାରବାଟୀ ରେ ହେବ ଫାଇନାଲ୍‌ ମ୍ୟାଚ୍‌

ଅକ୍ଟୋବର ୫ରେ ବାରବାଟୀ ରେ ହେବ ଫାଇନାଲ୍‌ ମ୍ୟାଚ୍‌

ଭୁବନେଶ୍ୱର : ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌ ଫାଇନାଲ ମ୍ୟାଚ୍‌ ଆସନ୍ତା ଅକ୍ଟୋବର ୫ରେ କଟକ ବାରବାଟୀ ଷ୍ଟାଡିଅମ୍‌ରେ ଖେଳାଯିବ। ଏନେଇ ଶୁକ୍ରବାର ଆୟୋଜକଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି।

ଲିଗ୍‌ର ସହପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ଅଧିକାରୀ ରମଣ ରହେଜା କହିଛନ୍ତି, ‘କଟକରେ ଫାଇନାଲ ମ୍ୟାଚ୍‌ ପାଇଁ ସୂଚୀ ଚୂଡ଼ାନ୍ତ ହୋଇଛି। ଚଳିତ ସିଜନ ଆରମ୍ଭରୁ ହିଁ ଲିଗ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପ୍ରଥମ ମ୍ୟାଚ୍‌ରେ ଆମର ଟେଲିଭିଜନ(ଟିଭି) ରେଟିଙ୍ଗ୍‌ ଭଲ ଥିଲା। ପୂର୍ବ ସିଜିନ୍‌ ତୁଳନାରେ ଏହା ୫ ଗୁଣା ଅଧିକ ରହିଥିଲା। ଆଇପିଏଲ୍‌ ପରେ ଭାରତରେ ଏହି ଲିଗ୍‌ ଦ୍ୱିତୀୟ ସବୁଠାରୁ ଲୋକପ୍ରିୟତା ହାସଲ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି।

ସୂଚନାନୁସାରେ , ବାରବାଟୀରେ ଫାଇନାଲ ମ୍ୟାଚ୍‌ ସହିତ ଚଳିତ ମାସ ୨୬ରେ ମଣିପାଟ ଟାଇଗର୍ସ-ଭିଲ୍ୱାରା କିଙ୍ଗ୍‌ସ୍‌, ୨୭ରେ ଗୁଜରାଟ ଜ୍ୟାଥସ୍‌-ଭିଲ୍ୱାରା କିଙ୍ଗ୍‌ସ୍‌ ଏବଂ ୨୯ରେ ଇଣ୍ଡିଆ କ୍ୟାପିଟାଲ୍ସ-ମଣିପାଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ବୋଲି ସ୍ଥିର ହୋଇଛି। ପ୍ରତ୍ୟେକ ମ୍ୟାଚ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ।

ims news

8 thoughts on “ଅକ୍ଟୋବର ୫ରେ ବାରବାଟୀ ରେ ହେବ ଫାଇନାଲ୍‌ ମ୍ୟାଚ୍‌”

  1. An interesting discussion is value comment. I feel that you need to write extra on this matter, it may not be a taboo subject however typically persons are not enough to speak on such topics. To the next. Cheers

  2. Sweet blog! I found it while searching on Yahoo News. Do you have any suggestions on how to get listed in Yahoo News? I’ve been trying for a while but I never seem to get there! Thanks

Leave a Reply

Your email address will not be published. Required fields are marked *