ଉଦଘାଟନ ହେଲା ଡିଫେନ୍‌ସ୍‌ ଏକ୍ସ୍‌ପୋ ୨୦୨୨

ଉଦଘାଟନ ହେଲା ଡିଫେନ୍‌ସ୍‌ ଏକ୍ସ୍‌ପୋ ୨୦୨୨

ଭୁବନେଶ୍ୱର : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଗାନ୍ଧୀନଗରରେ ‘ଡିଫେନ୍‌ସ୍‌ ଏକ୍ସ୍‌ପୋ ୨୦୨୨’ ଉଦ୍‌ଘାଟନ କରିବା ସହ ଦୀସାରେ ଗୋଟିଏ ନୂଆ ବିମାନଘାଟିର ଶିଳାନ୍ୟାସ କରିଛନ୍ତି । ଉଦ୍ଘାଟନୀ ସଭାରେ ନିରାପତ୍ତା ନିମନ୍ତେ ଭାରତ-ପାକିସ୍ତାନ ସୀମାନ୍ତରେ ନୂଆ ଏୟାର୍‌ବେସ୍‌ ବା ବିମାନଘାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଛନ୍ତି ।

ଦୀସାବାସୀଙ୍କୁ ସମ୍ବୋଧନ କରି ଗୁଜରାଟୀ ଭାଷାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଗୁଜରାଟ ହେବ ପ୍ରତିରକ୍ଷା କେନ୍ଦ୍ର। ଭାରତର ନିରାପତ୍ତା ରକ୍ଷା କ୍ଷେତ୍ରରେ ଏହା ଗରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୂଆ ବିମାନଘାଟି ନିର୍ମାଣ ହେବା ଜାଣି ଦୀସାର ଲୋକେ ହର୍ଷୋତ୍‌ଫୁଲ୍ଲ ହେଉଥିବା ମୁଁ ସ୍କ୍ରିନ୍‌ରେ ଦେଖୁଥିଲି। ଏହି ବିମାନଘାଟି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଆନ୍ତର୍ଜାତିକ ସୀମାରୁ ଦୀସା ମାତ୍ର ୧୩୦ କିଲୋମିଟର୍‌ ଦୂରରେ ଅବସ୍ଥିତ। ଯଦି ଆମ ସେନା, ବିଶେଷକରି, ବାୟୁସେନା ଦୀସାରେ ରହିବେ, ତେବେ ପଶ୍ଚିମ ପ୍ରାନ୍ତରୁ ଆସୁଥିବା ବିପଦକୁ ଆମେ ଠିକରେ ମୁକାବିଲା କରିପାରିବା ।

“ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁଁ ଏହି ବିମାନଘାଟି ନିର୍ମାଣ ବିଷୟରେ କାର୍ଯ୍ୟ କରିଥିଲି। ୨୦୦୦ ମସିହାରେ ଜମି ମିଳିଲା। ଗୁରତ୍ବପୂର୍ଣ୍ଣ ସ୍ଥାନ ହୋଇଥିବାରୁ ନିର୍ମାଣ ଆରମ୍ଭ କରିବା ଲାଗି ମୁଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି। କିନ୍ତୁ, ୧୪ ବର୍ଷ ବିତିଗଲା ସିନା ନିର୍ମାଣ ହେଲାନାହିଁ ” ବୋଲି ମୋଦୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଫାଇଲଗୁଡିକ ଏମିତି ପ୍ରସ୍ତୁତ କରାଯାଇଥିଲା ଯେ, ମୁଁ କେନ୍ଦ୍ରକୁ ଆସି ମଧ୍ୟ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସମୟ ଲାଗିଲା। ଏଥର ପ୍ରତିରକ୍ଷା କର୍ମଚାରୀଙ୍କ ଆକାଙ୍‌କ୍ଷା ପୂରଣ ହେବ। ବାୟୁସେନା ସୈନିକମାନଙ୍କୁ ଅଭିନନ୍ଦନ ଜଣାଉଛି। ଦେଶର ନିରାପତ୍ତା ‌କ୍ଷେତ୍ରରେ ଏହା ଏଥର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ଆରମ୍ଭ ହେବାକୁ ଥିବା ‘ମିସନ୍‌ ଡିଫେନ୍‌ସ୍‌ ସ୍ପେସ୍‌’ ବିଷ‌ୟରେ ପ୍ରଧାନମନ୍ତ୍ରୀ କହିଲେ, ଏ କ୍ଷେତ୍ରରେ ଦେଖା ଦେଉଥିବା କେତେଗୁଡ଼ିଏ ବିପଦକୁ ତିନି ପ୍ରତିରକ୍ଷା ବଳ ଚିହ୍ନଟ କରିଛନ୍ତି। ଭାରତର ‘ମିସନ୍‌ ଡିଫେନ୍‌ସ୍‌ ସ୍ପେସ୍‌’ କେବଳ ଭାରତର ଉପକାର କରିବ ନାହିଁ, ଅନ୍ୟାନ୍ୟ ଅନେକ ଦେଶ ମଧ୍ୟ ଏଥିରୁ ଉପକାର ପାଇବେ।

ims news

8 thoughts on “ଉଦଘାଟନ ହେଲା ଡିଫେନ୍‌ସ୍‌ ଏକ୍ସ୍‌ପୋ ୨୦୨୨

  1. I have learn some just right stuff here. Certainly price bookmarking for revisiting. I surprise how a lot attempt you place to create the sort of great informative web site.

  2. Thanx for the effort, keep up the good work Great work, I am going to start a small Blog Engine course work using your site I hope you enjoy blogging with the popular BlogEngine.net.Thethoughts you express are really awesome. Hope you will right some more posts.

  3. Hi there very nice blog!! Man .. Excellent .. Superb .. I’ll bookmark your site and take the feeds also…I am glad to search out numerous useful info here within the submit, we need work out more techniques on this regard, thanks for sharing.

Leave a Reply

Your email address will not be published. Required fields are marked *