ଖୋର୍ଦ୍ଧାରେ ଖୋଲିବ କ୍ରିକେଟ ଏକାଡେମି

ଖୋର୍ଦ୍ଧାରେ ଖୋଲିବ କ୍ରିକେଟ ଏକାଡେମି

ଭୁବନେଶ୍ୱର : ଖୋର୍ଦ୍ଧାରେ କ୍ରିକେଟ ପ୍ରେମୀଙ୍କପାଇଁ ଗୋଟିଏ ଖୁସି ଖବର | ଖୋର୍ଦ୍ଧାର ବରୁଣେଇଁଠାରେ ବିଶ୍ଵସ୍ତରୀୟ କ୍ରିକେଟ ଏକାଡେମି ଅନୁଷ୍ଠିତ ହେବାକୁ ଯାଉଅଛି |କେଟି ଗ୍ଲୋବାଲ ସ୍କୁଲ ଦ୍ୱାରା ଆଇଆଇଜି କ୍ରିକେଟ ନାମରେ ଏହା ଆରମ୍ଭ ହବ |ଜୁନ ମାସ ଦ୍ୱିତୀୟ ସପ୍ତାହରେ ଏହା ଆରମ୍ଭ ହେବାର ସମ୍ଭାବନା ଅଛି |ଏହି ଏକାଡେମି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଏବଂ ତାଙ୍କ ପରାମର୍ଶରେ ଚାଲିବ| ଗତବର୍ଷ ଏହି ଏକାଡେମି ଆରମ୍ଭ ହେବାର ଥିଲା, କିନ୍ତୁ କୋଭିଡ କଟକଣାଯୋଗୁ ବନ୍ଦ ରହିଥିଲା | ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ଏକାଡେମି ଆରମ୍ଭ ହେବାକୁ ଯୋଜନା ଥିବା ନେଇ ରବିବାର ଅପରାହ୍ନ ସମୟରେ ଆୟୋଜିତ ହବ ବୋଲି ଅଧିନାୟକ ଆଝାରୁଦ୍ଦିନ କହିଛନ୍ତି | ପୂର୍ବରୁ ଓଡିଶାରୁ ଦୁଇ ଜଣ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ ଆନ୍ତର୍ଜାତୀୟ ସ୍ତରରେ ମ୍ୟାଚ ଖେଳିଛନ୍ତି | ଗାଁରେ ଖେଳୁଥିବା ଖେଳାଳିମାନେ ସହରକୁ ଆସିପାରୁନାହାନ୍ତି କି ଆଗକୁ ବଢିପାରୁନାହାନ୍ତି | ଖେଳିକି ବି ସେମାନେ ଆଗକୁ ନ ବଢ଼ି ସେଇଠି ରହିଯାଉଛନ୍ତି |ଏହି ଏକାଡେମି ଆଶା କରୁଛିକି ଭବିଷ୍ୟତରେ ଭଲ କରିବ ବୋଲି ଆଝାରୁଦ୍ଦିନ କହିଛନ୍ତି | ଓଡିଶା ସରକାର ସବୁବେଳେ ସବୁ ଖେଳକୁ ପ୍ରାଧାନ୍ୟ ଦେଇଛନ୍ତି | ଏଇଥିପାଇଁ ଓଡିଶା ସରକାରକୁ ଧନ୍ୟବାଦ ଜଣାଇଥିଲେ ଭାରତୀୟ ଅଧିନାୟକ ଆଜାର | ଏହି ସମିଳନୀରେ ଡେରାଡୁନ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ଉପସ୍ଥିତ ଥିଲେ | ଅଝାରୁଦ୍ଦିନଙ୍କ ଖୋର୍ଦ୍ଧାଗସ୍ତ ସମୟରେ ଏକାଡେମିରେ ଯୋଗଦେବା ପାଇଁ ୫୦ଜଣ ପ୍ରତିଭା ଆସିଥିଲେ | ସେହି ୫୦ ଜଣରୁ ଆଜାର ୧୪ ଜଣଙ୍କୁ ଏକାଡେମି ପାଇଁଚୟନ କରିଥିଲେ |

ims news

Leave a Reply

Your email address will not be published. Required fields are marked *