ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ଭୁବନେଶ୍ୱର : ଆତ୍ମସମର୍ପଣ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୧୯୮୮ ମସିହା ରୋଡ୍‌ ରେଜ୍‌ ମାମଲାରେ ସୁପ୍ରିମକୋର୍ଟ ବର୍ଷେ ସଶ୍ରମ କାରାଦଣ୍ଡ ଶୁଣାଇବା ପରେ ଶୁକ୍ରବାର ପଟିୟାଲା କୋର୍ଟରେ ପହଞ୍ଚି ସିଦ୍ଧୁ ଆତ୍ମସମର୍ପଣ କରିଛନ୍ତି । ସ୍ବାସ୍ଥ୍ୟଗତ କାରଣରୁ କିଛି ଦିନ ପାଇଁ ମହଲତ ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ । ଚିକିତ୍ସା ଜାରି ରହିଥିବାରୁ ଆତ୍ମସମର୍ପଣ କରିବା ପୂର୍ବରୁ କିଛି ସପ୍ତାହ ପାଇଁ ମହଲତ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସିଦ୍ଧୁଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।ଶୁକ୍ରବାର ପଟିୟାଲା ଚିଫ୍‌ ଜୁଡିସିୟାଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ନବଜୋତ ସିଂହ ସିଦ୍ଧୁ,୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ମେଡିକାଲ ଟେଷ୍ଟ ଏବଂ ଅନ୍ୟାନ୍ୟ ଆଇନ ଗତ କାର୍ଯ୍ୟ ଜାରିରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ନେତା ସିଦ୍ଧୁଙ୍କ ମିଡିଆ ଆଡଭାଇଜର ସୁରୀନ୍ଦର ଦଲ୍ଲା ।

ims news

Leave a Reply

Your email address will not be published. Required fields are marked *