ଭାରତୀୟ ଦଳରେ ଓଡ଼ିଶାର ପ୍ରତିଭା
ଭୁବନେଶ୍ୱର : କାଠମାଣ୍ଡୁରେ ହେବାକୁଥିବା ସାଉଥ ଇଭେଣ୍ଟର ଆଇଟିଏଫ୍ ଏସିଆ ୧୨ ବର୍ଷରୁ କମ୍ ଟେନିସ ପାଇଁ ଭାରତୀୟ ଦଳରେ ଓଡ଼ିଶାର ଆହାନ ସ୍ଥାନ ପାଇଛନ୍ତି। ଜାତୀୟ ଜୁନିୟର ଚୟନ କମିଟି ଶୁକ୍ରବାର ଭାରତୀୟ ଦଳ ଚୟନ କରିଛନ୍ତି। ବାଳିକା ଦଳରେ ଆହାନ, ପ୍ରାଚୀ ମଲିକ ଓ ଅନିନ୍ଦିତା ଉପାଧ୍ୟାୟ ସ୍ଥାନ ପାଇଛନ୍ତି। ବାଳକ ଦଳରେ ରହିଛନ୍ତି ଫଜଲ ମୀର, ତଭିଶ ପାୱା ଓ କୁଶାଗ୍ର ଆରୋରା। ଶିଭିକା ବର୍ମନ ବାଳିକା, ଇରଫାନ ଅହମଦ ବାଳକ ଦଳର ଅଧିନାୟକ ହୋଇଛନ୍ତି। ଓଡ଼ିଶାର ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳି ଆହାନ ନେପାଳର ଏସ୍ ବେସ୍ ଟେନିସ ଏକାଡେମୀରେ ପ୍ରତିଷ୍ଠିତ କୋଚ୍ ଅଜୟ, ଏସିଆ ରିଜିଓନାଲ କ୍ୱାଲିଫାଇଙ୍ଗ୍ ନିଶଙ୍କଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି।