କଟକ ମେୟରଙ୍କ ବିବାଦୀୟ ବୟାନ : କାମ ନକରିଲେ କଟକରେ କାହିଁକି ରହିବେ, ମାଲକାନଗିରି ଚାଲି ଯାଅ

କଟକ ମେୟରଙ୍କ ବିବାଦୀୟ ବୟାନ : କାମ ନକରିଲେ କଟକରେ କାହିଁକି ରହିବେ, ମାଲକାନଗିରି ଚାଲି ଯାଅ

ଭୁବନେଶ୍ୱର: କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରଧୋ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ ଯାହାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି । ଯିଏ କାମ କରିବ ନାହିଁ ତାଙ୍କୁ ମାଲକାନଗିରିକୁ ବଦଳି କରି ଦିଆଯିବ ବୋଲି କଟକ ମହାନଗର ନିଗମର କର୍ମଚାରୀ ଓ ଅଧିକାରୀଙ୍କୁ ସୁବାସ ସିଂହ ଧମକ ଦେଇଥିଲେ । ତେବେ ସୁବାସ ସିଂହ ଜାଣିବା ଦରକାର ଯେ ମାଲକାନଗିରି ଆଉ ଉପାନ୍ତ ହୋଇରହି ନାହିଁ । ବିକାଶ କ୍ଷେତ୍ରରେ ମାଲକାନଗିରି ଆଗରେ ରହିଛି। ଏହି ପରିକି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫୋକସ ଦେଉଛନ୍ତି ବୋଲି କୁହାଯାଏ । ଏହି ସହୟରେ ବିଜେଡି ନେତା ସୁବାସ ଏପରି କହିବା ନିନନ୍ଦନୀୟ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି । ଏହି ପରିକି ଜିଲ୍ଲା କଂଗ୍ରେସ ପକ୍ଷରୁ ସୁବାସଙ୍କ କୁଶ ପୁତଳିକା ଦାହ କରାଯାଇଛି । ଏହି ପ୍ରସଙ୍ଗରେ ନବରଙ୍ଗପୁରରେ ମଧ୍ୟ ଜିଲ୍ଲା କଂଗ୍ରେସ ପକ୍ଷରୁ ସୁବାସଙ୍କ ପୋଷ୍ଟର ଜାଳିବା ସହ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ମାଲକାନଗିରି ଜିଲ୍ଲା ତାର ନିଜର ଐତିହ୍ୟ , ସଂସ୍କୃତି , ଖଣି ପାଇଁ ଗର୍ବିତ । ତେବେ ଯଦି ଆଜି ଏହା ଅନୁନୂନତ , ପଛୁଆ ଏଥିପାଇଁ ରାଜ୍ୟ ସରକାର ନିଜେ ଦାୟୀ । ସୁବାସ କେବଳ ମାଲକାନଗିରିକୁ ନୁହେଁ ବଂର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଅପମାନିତ କରିଛନ୍ତି । ତେଣୁ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି ।

ims news

Leave a Reply

Your email address will not be published. Required fields are marked *