ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ
ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତିକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ନୂଆ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। l ଦ୍ବିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି ଶରତ ପଟ୍ଟନାୟକ।
ପିସିସି ସଭାପତିକୁ ନେଇ କଂଗ୍ରେସ ବିଭିନ୍ନ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର ରାଉତରାୟ ଓ ଜୟଦେବ ଜେନାଙ୍କ ନାମ ଶୁଣିବାକୁ ମିଳୁଥିଲା। ତେବେ ସବୁ ଚର୍ଚ୍ଚାର ଅବସାନ ଘଟାଇଛି ଏଆଇସିସି। ଶରତ ପଟ୍ଟନାୟକ ପିସିସି ମୁଖିଆ କରିଛନ୍ତି। ଏଥିସହ ୨୦୧୯ ବିଧାନସଭା ନିର୍ବାଚନ ପରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଦେଇଥିବା ଇସ୍ତଫାକୁ ଗୃହୀତ ହୋଇଛି ।
ସୂଚନାଯୋଗ୍ୟ ଯେ ପିସିସି ସଭାପତି ଚୟନ ପାଇଁ କିଛି ଦିନ ତଳେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଏଆଇସିସିରୁ ଡାକରା ପାଇ ଦିଲ୍ଳୀ ଯାଇଥିଲେ। ସେଠାରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକ, ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ , ମହମ୍ମଦ ମୋକିମ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଦିଲ୍ଲୀ ଯାଇଥିଲେ। ସେଠାରେ ରାହୁଲ ଗାନ୍ଧୀଙ୍କ ସହ ଓ୍ବାନ ଟୁ ଓ୍ବାନ ସାକ୍ଷାତ କରିଥିଲେ।


[7144]Parlay login at slots na may Gcash deposit,Gamitin ang parlay login tagalog para sa madaling access. Mag-parlay app download at alamin kung paano maglaro ng baccarat. Register na para sa mabilis na payout. visit: parlay