୫ ମାସରେ ୫ଜଣ ପ୍ରଭାବଶାଳୀ ନେତାଙ୍କ କଂଗ୍ରେସକୁ ଗୁଡ଼ବାୟ
ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ପ୍ରଭାବଶାଳୀ ନେତା କଂଗ୍ରେସ ଛାଡ଼ୁଛନ୍ତି । ୨୦୨୨ର ପ୍ରଥମ ୫ ମାସରେ ୫ଜଣ ପ୍ରଭାବଶାଳୀ ନେତା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ଗୁଡବାୟ କହିଛନ୍ତି। ଏମାନଙ୍କ ମଧ୍ୟରେ ପଞ୍ଜାବ କଂଗ୍ରେସର ବର୍ଷିଆନ ନେତା ସୁନୀଲ ଝାକଡଙ୍କ ନାମ ପ୍ରଥମେ ନିଆଯାଇପାରେ। ଯିଏ ପଞ୍ଜାବ ବିଧାନସଭା ନିର୍ବାଚନ ପରେ କଂଗ୍ରେସରୁ ମୁହଁ ଫେରାଇ ନେଇଥିଲେ। ନିକଟରେ ବିଜେପିରେ ଯୋଗ ଦେଇଥିବା ଝାକଡଙ୍କୁ ପାର୍ଟି ବିରୋଧୀ ଗତିବିଦ୍ଧି ପାଇଁ ପ୍ରଥମେ ଦଳର ସବୁ ପଦପଦବୀରୁ ହଟା ଯାଇଥିଲା। ତେବେ ପାର୍ଟି ଛାଡିବା ପରେ ଝାକଡ ପଞ୍ଜାବରେ ରାଷ୍ଟ୍ରବାଦ, ଭାଇଚାରା ଓ ଏକତା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ଝାକଡ ଙ୍କ ଭଳି ଆଉ ଜଣେ ପ୍ରଭାବୀ ନେତା ହେଉଛନ୍ତି ଆର.ପି.ଏନ.ସିଂହ। ଚଳିତବର୍ଷ ଜାନୁୟାରୀରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିର ହାତ ଧରିଥିଲେ। ଫେବୃଆରୀ ନିର୍ବାଚନ ଲାଗି ସିଂହଙ୍କୁ ଷ୍ଟାର ପ୍ରଚାରକ ଭାବେ ଦଳର ପ୍ରଚାର ସୂଚୀ ଜାରି ହେବା ବେଳକୁ ଆର.ପି.ଏନ.ସିଂହ ବିଜେପିକୁ ଯାଇସାରିଥିଲେ। ସେହିପରି ଅଶ୍ୱିନୀ କୁମାର ଗତ ଫେବୃଆରୀରେ କଂଗ୍ରେସକୁ ଗୁଡବାଏ କହିଥିଲେ। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କାଳରେ ସେ ପାର୍ଟିରୁ ଇସ୍ତଫା ଦେବା ଉଚିତ ମନେ କରିଥିଲେ। ସେ କହିଥିଲେ ଯେ ପାର୍ଟିର ବର୍ତ୍ତମାନ ପରିସ୍ଥିତି ତାଙ୍କ ଗୌରବ ଅନୁରୂପ ନୁହେଁ ଅନୁଭବ କରିବା ପରେ ପାର୍ଟି ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ତେବେ ପାର୍ଟିକୁ ସେ ବାହାରୁ ସମର୍ଥନ କରୁଥିବା କହିଥିଲେ। ଆସାମ ପ୍ରଦେଶ କଂଗ୍ରେସ ଭାପତି ରିପୁନ ବୋରା ଗତ ଏପ୍ରିଲ ମାସରେ ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ବାବଦରେ ସେ ଦେଇଥିବା ଇସ୍ତଫା ପତ୍ରରେ ଦଳର ଆଭ୍ୟନ୍ତରିଣ କଳହକୁ ଦାୟି କରିଛନ୍ତି। ଏବେ ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ ଦୀର୍ଘ ବର୍ଷେ କାଳ ପାର୍ଟିରେ ରହିବା ପରେ ଦଳ ଛାଡିବାକୁ ବାଧ୍ୟ ହୋଇଥିବା ଘୋଷଣା କରିବା କଂଗ୍ରେସ ପ୍ରତି ଏବେ ନକରାତ୍ମକ ଭାବନା ସୃଷ୍ଟି କରିଛି। ଗୋଟିଏ ପରେ ଗୋଟିଏ ନେତା କଂଗ୍ରେସ ଛାଡ଼ୁଛନ୍ତି । ଦଳର ଚିନ୍ତନ ଶିବିର ପରେ ଦଳ ମଜବୁତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହାମଧ୍ୟରେ ଦଳର ବରିଷ୍ଠ ନେତା କପିଲ ସିବଲ ଦଳ ଛାଡ଼ିବା ପରେ ଏବେ କଂଗ୍ରେସର କିଛି କର୍ମୀ ନିରୁତ୍ସାହିତ ହୋଇଥିବେ ନିଶ୍ଚୟ । କଂଗ୍ରେସ କେବେ ଛାଡ଼ିଲେ କପିଲ ସିବଲ । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଥିଲା ଯେବେ କପିଲ କଂଗ୍ରେସ ଛାଡ଼ି ସପାରେ ମିଶିଥିଲେ । ପ୍ରାର୍ଥୀପତ୍ର ଦାଖଲ ପରେ ସମସ୍ତ ପରିସ୍ଥିତି ସମ୍ପର୍କରେ ସେ ଗଣମାଧ୍ୟମ ଆଗରେ କହିଥିଲେ । ତେବେ ସିବଲଙ୍କୁ ମିଶାଇଲେ ଏପରି ଅନେକ ପ୍ନକ ନେତା ରହିଛନ୍ତି କଂଗ୍ରେସକୁ ଗୁଡବାୟ କହିସାରିଲେଣି ।