ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ମତଦାନ

ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ  ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ପୂର୍ବରୁ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା ।
ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ । ଆଜି ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ୍ ଗ୍ରହଣ । ୧୧ ଜଣ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ୨ଲକ୍ଷ ୧୪ହଜାର ୮୭୮ ଭୋଟର । ଭୋଟ ଗ୍ରହଣ ପାଇଁ ୨୭୯ ବୁଥ ହୋଇଛି । ଏଥର ୬୦ଟି ବୁଥ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡିଓଗ୍ରାଫି କରାଯାଉଛି । ଭୋଟ୍ ଗ୍ରହଣ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ଏଥର ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନ ମୁତୟନ କରାଯାଇଛି ।

ims news

Leave a Reply

Your email address will not be published. Required fields are marked *