ଏଣିକି ଦିଲ୍ଲୀରେ ହରିଜନ ଶବ୍ଦ ବଦଳରେ ବ୍ୟବହାର ହେବ ‘ଡ.ଆମ୍ବେଦକର’ଙ୍କ ନାଁ

ଏଣିକି ଦିଲ୍ଲୀରେ ହରିଜନ ଶବ୍ଦ ବଦଳରେ ବ୍ୟବହାର ହେବ ‘ଡ.ଆମ୍ବେଦକର’ଙ୍କ ନାଁ

ଭୁବନେଶ୍ବର: କେଜ୍ରିୱାଲଙ୍କ ଦଳିତ କାର୍ଡ। ଦଳିତଙ୍କୁ ଖୁସି କରାଇବା ପାଇଁ ଏବେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଣିକି ଦିଲ୍ଲୀରେ ହରିଜନ ଶବ୍ଦ ବ୍ୟବହାର ହେବ ନାହିଁ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ। ଏବେ ହରିଜନ ସ୍ଥାନରେ ବ୍ୟବହାର ହେବ ‘ଡ. ଆମ୍ବେଦକର’ଙ୍କ ନାଁ । ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।  ଏବେଠାରୁ ହରିଜନ ବସ୍ତିଗୁଡ଼ିକୁ ଡକ୍ଟର ଆମ୍ବେଦକର ବସ୍ତି ବୋଲି କୁହାଯିବ । ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ଡକ୍ଟର ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ଲଗାଇବାକୁ ଆପ୍ ନିର୍ଦ୍ଦେଶ ଦେଇଥିଲେ ।

ଦେଖିବାକୁ ଗଲେ ଦିଲ୍ଲୀର ଆନୁମାନିକ ପ୍ରାୟ ୧୬.୭୫ ପ୍ରତିଶତ । ଏହାକୁ ଆଖି ଆଗରେ ରଖି ଆଗାମୀ ପୌର ନିର୍ବାଚନ ପାଇଁ କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କ ରଣନୀତିର ଏକ ଅଂଶ, ଯେଉଁଥିରେ ଅରବିନ୍ଦ କେଜ୍ରିୱାଲ ଦଳିତ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିବା ପରେ ଆମ୍ ଆଦମୀ ପାର୍ଟି ଏବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି।
ପଞ୍ଜାବ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ କୁହାଯାଉଥିବା ଗୁଜରାଟରେ ମଧ୍ୟ ସରକାର ଗଠନ ପାଇଁ ପ୍ରସ୍ତୁତ ହେଲେଣି କେଜ୍ରିଓ୍ବାଲ। ରାଲି ସହ ଜନସଭା କରି ଏବେ ସେ ଗୁଜରାଟବାସୀଙ୍କୁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି। ‌ତେବେ ନିର୍ବାଚନ ପରେ ହିଁ ତାଙ୍କ ପ୍ରତିଶ୍ରୁତି ଉପରେ ଗୁଜରାଟବାସୀ ଭରସା କରିଛନ୍ତି କି ନାହିଁ ତାହା ଜଣାପଡ଼ିବ।

ims news

Leave a Reply

Your email address will not be published. Required fields are marked *