କ୍ଷୁଧାର୍ତ୍ତ ଓଡ଼ିଶା କେମିତି ଯୋଗାଉଛି ଖାଦ୍ୟ ? ରୋମରେ କହିଲେ ନବୀନ, ଶୁଣିଲା ବିଶ୍ୱ
ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । କେମିତି ରାଜ୍ୟରେ ଜୀବନଜୀବିକା ସହ ଖାଦ୍ୟ ଆଇନ୍ ସୁରକ୍ଷା ଦିଗରେ ସରକାର ସଫଳତା ପାଇଛନ୍ତି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କେହି ଯେମିତି ଭୋକିଲା ରହିବେ ନାହିଁ ସେନେି ଆଲୋଚନା କରିଛନ୍ତି ନବୀନ ।
ନବୀନ କହିଛନ୍ତି, ବିଗତ ୨ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ବିଶେଷ ପରିବର୍ତ୍ତନ ଆସିଛି । ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । WFP ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ ।
ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ଦେଶ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ । ଏଥିସହ ଓଡ଼ିଶା ସରକାର ଓ WFP ମିଳିତ ଭାବେ ଏହି ଶିକ୍ଷାକୁ ବୈଶ୍ୱିକ ଟ୍ରେନିଂ ପ୍ଲାଟଫର୍ମରେ ପରିଣତ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ WFPକୁ ଧନ୍ୟବାଦ ଜଣାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭିକେ ପାଣ୍ଡିଆନ୍, ପ୍ରମୁଖ ଶାସନ ସତିବ ଖାଦ୍ୟ ଓ ଯୋଗାଣ ଭିଭି ଯାଦବ ଉପସ୍ଥିତ ଥିଲେ । ଓଡ଼ିଶା ସରକାର ଓ WFP ମଧ୍ୟରେ ୨୦୨୧ରେ ୬ଟି ଚୁକ୍ତିନାମା ହୋଇଥିଲା । ଯେଉଁଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଧାନ ସଂଗ୍ରହ ବ୍ୟବସ୍ଥା ସାମିଲ୍ ।


[9797]Natural8 | Link vào chính thức và hướng dẫn tải app,Truy cập natural8 để trải nghiệm baccarat online và nổ hũ hấp dẫn. Hỗ trợ nạp tiền casino qua Momo nhanh chóng, an toàn. Đăng ký tài khoản ngay hôm nay! visit: natural8