ରଣଜି ଟ୍ରଫି ଫାଇନାଲ : ମୁମ୍ବାଇ 374, ଏମପି 123/1
ବେଙ୍ଗାଲୁରୁ: ସର୍ଫରାଜ ଖାନ୍ଙ୍କ ଦାୟିତ୍ବପୂର୍ଣ୍ଣ ଶତକ କାରଣରୁ ରଣଜୀ ଟ୍ରଫି ଫାଇନାଲ୍ରେ ମୁମ୍ବାଇ ପ୍ରଥମ ପାଳିରେ ୩୭୪ ରନ୍ର ସମ୍ମାନଜନକ ସ୍କୋର୍ କରିଛି। ଏକଦା ୨୪୮ ରନ୍ ଭିତରେ ୬ ୱିକେଟ୍ ହରାଇ ମୁମ୍ବାଇ ସଙ୍କଟରେ ପଡ଼ିଥିବା ବେଳେ ସର୍ଫରାଜ ଆକର୍ଷଣୀୟ ଶତକ ସହିତ ନିମ୍ନଭାଗ ବ୍ୟାଟରଙ୍କୁ ସାଥି କରି ଛୋଟ ଛୋଟ ଭାଗୀଦାରି ଗଢ଼ିଥିଲେ। ଯଶସ୍ବୀ ଜୟସ୍ବାଲ (୭୮)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମୁମ୍ବାଇ ୨୪୮/୫ରେ ପ୍ରଥମ ଦିନ ଶେଷ କରିଥିଲା। ଗୁରୁବାର ସକାଳର ଦ୍ବିତୀୟ ବଲ୍ରେ ସାମ୍ସ ମୁଲାନି କୌଣସି ରନ୍ ଯୋଡ଼ିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ଏହା ପରେ କିନ୍ତୁ ୪ଟି ଛୋଟ ଛୋଟ ଭାଗୀଦାରିରେ ସର୍ଫରାଜ ୧୨୬ ରନ୍ ଯୋଡ଼ିଥିଲେ। ବ୍ୟକ୍ତିଗତ ଭାବେ ସେ ଏହା ମଧ୍ୟରୁ ୯୪ ରନ୍ର ଅବଦାନ ରଖିଥିଲେ। ୨୪୩ ବଲ୍ରୁ ୧୩୪ ରନ୍ ସଂଗ୍ରହ କରି ସର୍ଫରାଜ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ। ତାଙ୍କ ପାଳିରେ ୧୩ ଚୌକା ଓ ୨ ଛକା ମଧ୍ୟ ସାମିଲ ଥିଲା। ଏହା ମଧ୍ୟରେ ୱିକେଟରକ୍ଷକ ହାର୍ଦିକ ତାମୋରେ ୨୪, ତନୁଶ କୋଟିଆଁ ୧୫ ରନ୍ କରିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ମଧ୍ୟମଗତି ସିମର୍ ଗୌରବ ୟାଦବ ୧୦୬ ରନ୍ରେ ୪ ୱିକେଟ୍ ନେଇ ସଫଳ ବୋଲର ଥିବାବେଳେ ଅନୁଭବ ଅଗ୍ରୱାଲ ୩, ସାରାଂଶ ଜୈନ ୨, କୁମାର କାର୍ତିକେୟ ୧ ୱିକେଟ୍ ନେଇଥିଲେ।
ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମଧ୍ୟପ୍ରଦେଶ ୧ ୱିକେଟ୍ ବିନିମୟରେ ୧୨୩ ରନ୍ ସଂଗ୍ରହ କରିଛି। ୱିକେଟରକ୍ଷକ ତଥା ପ୍ରାରମ୍ଭିକ ବ୍ୟାଟର୍ ହିମାଂଶୁ ମନ୍ତ୍ରୀ ୩୧ ରନ୍ କରି ତୁଷାର ଦେଶପାଣ୍ଡେଙ୍କ ଶିକାର ହୋଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍ ୟାଶ ଦୁବେ (୪୪) ଏବଂ ଶୁଭମ ଏସ୍ ଶର୍ମା (୪୧) ଦଳକୁ କିନ୍ତୁ ଦୃଢ଼ ମୂଳଦୁଆ ଦେଇଛନ୍ତି। ହାତରେ ୯ ୱିକେଟ୍ ଥାଇ ମଧ୍ୟପ୍ରଦେଶ ପ୍ରଥମ ପାଳିରେ ୨୫୧ ରନ୍ ପଛରେ ରହିଛି।


[4827]Unibet Login Oficial | Mejores Slots Online y App en México,Accede a unibet y disfruta de las mejores slots online. Descarga la app apk para México, realiza depósitos con Codi y domina las reglas de ruleta. ¡Regístrate hoy! visit: unibet