ଜମ୍ମୁ ଓ କଶ୍ମୀର ଆଇଜି ବସନ୍ତ ରଥଙ୍କ ଇସ୍ତଫା; ବିଜେପିରେ ଯୋଗ ଦେବେ

ଜମ୍ମୁ ଓ କଶ୍ମୀର ଆଇଜି ବସନ୍ତ ରଥଙ୍କ ଇସ୍ତଫା; ବିଜେପିରେ ଯୋଗ ଦେବେ

ଭୁବନେଶ୍ୱର. : ଜମ୍ମୁ ଓ କଶ୍ମୀର କ୍ୟାଡର ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି । ଏବେ ସୁଦ୍ଧା ତାଙ୍କ ଇସ୍ତଫା ଅନୁମୋଦିତ ହୋଇନି । ଶନିବାର ସେ ଜମ୍ମୁ ଓ କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ।

ଏହି ଇସ୍ତଫା ପତ୍ରକୁ ସେ ଫେସବୁକ ଓ ଟ୍ୱିଟରରେ ସେୟାର କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ, ସେ ସକ୍ରିୟ ରାଜନୀତିରେ ଯୋଗଦେବେ । ସେଥିପାଇଁ ସେ ଆଇପିଏସ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ବୋଲି ବସନ୍ତ ଇସ୍ତଫା ପତ୍ରରେ ଲେଖିଛନ୍ତି ।ଇସ୍ତଫା ଗ୍ରହଣ ହେବା ପରେ ବସନ୍ତ ବିଜେପିରେ ଯୋଗ ଦେବେ । ତା’ସହ ସେ କଶ୍ମୀରରୁ ନିର୍ବାଚନ ଲଢ଼ିବେ ବୋଲି ଟ୍ୱିଟରରେ ଲେଖିଛନ୍ତି । ତାଙ୍କ ଟି୍ୱଟରୁ ଜଣାପଡୁଛି ଯେ ସେ ୨୦୨୪ ନିର୍ବାଚନରେ ଲଢ଼ିବେ

ims news

One thought on “ଜମ୍ମୁ ଓ କଶ୍ମୀର ଆଇଜି ବସନ୍ତ ରଥଙ୍କ ଇସ୍ତଫା; ବିଜେପିରେ ଯୋଗ ଦେବେ”

  1. [720]7775 লগইন ও অ্যাপ ডাউনলোড | সেরা লাইভ ক্যাসিনো সাইট,7775 login করুন এবং সহজেই অ্যাপ ডাউনলোড করে নিন। বিকাশ দিয়ে ক্যাসিনো ডিপোজিট ও অনলাইন স্লট গেম নিয়ম জানুন। আজই জয়েন করুন। visit: 7775

Leave a Reply

Your email address will not be published. Required fields are marked *