ଭୁବନେଶ୍ୱରରେ ହେଲା ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ
ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଘୋଷଣାକ୍ରମେ ନିଯୁକ୍ତି ମିସନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଡାକ ବିଭାଗର ସର୍ବାଧିକ ୮୯, ଭବନେଶ୍ଵର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣ ଏମିତି ମୋଟ ଏଗାରଟି ବିଭାଗର ମୋଟ ୨୩୯ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ” ରୋଜଗାର ମିସନ ” ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଭୁବନେଶ୍ବର ଓ କଟକରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। କଟକରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ନିଯୁକ୍ତି ମିସନରେ ଦଶ ଲକ୍ଷ ନୂତନ ନିଯୁକ୍ତି ଲକ୍ଷ୍ୟ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।


Anyone know if jili50 is legit? Seen some buzz, might need to check it out myself.
Way cool, some valid points! I appreciate you making this article available, the rest of the site is also high quality. Have a fun.