ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ

ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ

ଭୁବନେଶ୍ୱର : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୁହାକୁ ତୁହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରି ତାଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି । ପ୍ରଶାନ୍ତ କିଶୋର ଗତକାଲି ପୁଣିଥରେ ତାଙ୍କ ଦାବି ଦୋହରାଇ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହା‌ମେଣ୍ଟ ଛାଡ଼ି ଦେଇପାରନ୍ତି ଏବଂ ସେ ପୁଣିଥରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଫେରି ପାରନ୍ତି। କିଶୋର କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଲୋକଙ୍କଠାରୁ ଭୋଟ୍‌ ମାଗିଥିଲେ। କିନ୍ତୁ ସେ ଲୋକଙ୍କୁ ଠକି ୨ ବର୍ଷ ପରେ ପୁଣିଥରେ ବିଜେପି ସହ ‌‌ମେଣ୍ଟ କରିଥିଲେ। ଏବେ ସେ ପୁଣିଥରେ ବିଜେପି ବିରୋଧୀ କହି ଛଳନା କରୁଥିବା ବେଳେ ଅସଲରେ ନୀତୀଶ ବିଜେପି ମେଣ୍ଟକୁ ଫେରିବା ପାଇଁ ଚାହୁଛନ୍ତି।

ସୂଚନାନୁସାରେ ପ୍ରଶାନ୍ତ କିଶୋର ଦୁଇଦିନ ତଳେ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ୍‌ କରିଥିଲେ। କିଶୋର ବିହାରରେ ପଦଯାତ୍ରାରେ ଥିବା ସମୟରେ କହିଥିଲେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ ମଧ୍ୟ ତାଙ୍କ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସଲାସୁତରା କରିବାକୁ ଉଦ୍ୟମ ଚଳାଇଛନ୍ତି।

ପ୍ରଶାନ୍ତ କିଶୋର ନୀତୀଶଙ୍କ ରଣନୀତି ସଂପର୍କରେ ଭଲଭାବେ ଅବଗତ ଥିବାରୁ ତାଙ୍କର ବୟାନକୁ ରାଜନୈତିକ ମହଲରେ ଗମ୍ଭୀରତାର ସହ ନିଆଯାଉଛି । ଏହାକୁନେଇ ବିହାର ମହାମେଣ୍ଟରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି ଏବଂ ଆର୍‌ଜେଡିରେ ମଧ୍ୟ ନୀତୀଶ ବିରୋଧୀ ସ୍ବର ତେଜିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ନୀତୀଶ କୁମାର ଆଜି ପ୍ରଶାନ୍ତ କିଶୋରଙ୍କୁ କଡ଼ା ଜବାବ ଦେଇଛନ୍ତି। ପ୍ରଶାନ୍ତ କିଶୋର କେବଳ ଆତ୍ମପ୍ରଚାର ପାଇଁ ଏଭଳି କଥା କହୁଛନ୍ତି ଏବଂ ସେ ଯାହା ଚାହୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ନୀତୀଶ କହିଛନ୍ତି।

ims news

2 thoughts on “ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ

  1. I’ve recently started a website, the info you provide on this web site has helped me greatly. Thank you for all of your time & work. “Yield not to evils, but attack all the more boldly.” by Virgil.

Leave a Reply

Your email address will not be published. Required fields are marked *