ଗାଙ୍ଗୁଲିଙ୍କ ସଭାପତି ପଦରୁ ଇସ୍ଥଫାକୁ ନେଇ ସ୍ପଷ୍ଟ କଲେ ବିସିସିଆଇ ସମ୍ପାଦକ

ଗାଙ୍ଗୁଲିଙ୍କ ସଭାପତି ପଦରୁ ଇସ୍ଥଫାକୁ ନେଇ ସ୍ପଷ୍ଟ କଲେ ବିସିସିଆଇ ସମ୍ପାଦକ

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଜାରି ଯାତ୍ରା ପାଇଁ ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗାଙ୍ଗୁଲି ଲେଖିଛନ୍ତି, ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ବହୁତ ଲୋକ ଉପକୃତ ହେବେ। ମୁଁ ଆଶା କରୁଛି ଯେ, ମୋ ଜୀବନର ଏହି ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ। ତାଙ୍କର ଏହି ଟୁଇଟ୍‌କୁ ନେଇ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେବାକୁ ଯାଉଥିବା କୁହାଯାଉଛି।

ହେଲେ ବିସିସିଆଇ ସଂପାଦକ ଜୟ ଶାହ ସମାଚାର ଏଜେନ୍ସ ଏଏନଆଇକୁ ସ୍ପଷ୍ଟ କରିଛନ୍ତି ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି। ତେବେ ଗାଙ୍ଗୁଲିଙ୍କ ଟୁଇଟ୍ ପରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

ims news

One thought on “ଗାଙ୍ଗୁଲିଙ୍କ ସଭାପତି ପଦରୁ ଇସ୍ଥଫାକୁ ନେଇ ସ୍ପଷ୍ଟ କଲେ ବିସିସିଆଇ ସମ୍ପାଦକ”

  1. [4118]mex777 Casino Online México | Registro Bono y App Descargar,¡Únete a mex777! El mejor casino online en México. Regístrate hoy, obtén tu bono de bienvenida y descarga la app para apostar y ganar donde quieras. ¡Diversión garantizada! visit: mex777

Leave a Reply

Your email address will not be published. Required fields are marked *