ଓଡ଼ିଆ ଫାଇଟର୍ଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ବର: ଓଡିଆ ଏମଏମ୍ଏ ଫାଇଟର୍ ଶ୍ରୀକାନ୍ତ ଶେଖରଙ୍କୁ ଦିଲ୍ଲୀର ଏକ ପ୍ରତିଯୋଗିତା ଅବସରରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଆଫଗାନିସ୍ତାନର ଫାଇଟର୍ ଅବଦୁଲ ବଦାସ୍କି ଓ ତାଙ୍କର କିଛି ସମର୍ଥକ ହଠାତ୍ ମାଡ଼ମାରି ଲହୁଲୁହାଣ କରିଦେଇଥିଲେ। ଶ୍ରୀକାନ୍ତ ସଂପ୍ରତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ବଦାସ୍କି ଗିରଫ ହେବା ଭୟରେ ଫେରାର ହୋଇଯାଇଛନ୍ତି। ଶ୍ରୀକାନ୍ତଙ୍କ ଘର ଭୁବନେଶ୍ୱରସ୍ଥିତ ଭିଏସଏସ ନଗର ଅଞ୍ଚଳରେ ହୋଇଥିଲା ବେଳେ ଦୀର୍ଘଦିନ ହେବ ସେ ଏମ୍ଏମ୍ଏ ଫାଇଟ୍ କରିଆସୁଛନ୍ତି। ଏକ ଲଢ଼େଇ ବେଳେ ଅନ୍ୟତମ ଆଫଗାନ ଫାଇଟର ଜହୁର ଶାହଙ୍କ ପ୍ରତିପକ୍ଷଙ୍କୁ ଉତ୍ସାହିତ କରୁଥିଲେ ଶ୍ରୀକାନ୍ତ। ଏଥିରେ ଉତକ୍ଷିପ୍ତ ହୋଇ ହିଁ ବଦାସ୍କି ତାଙ୍କୁ ଆକ୍ରମଣ କରିଥିଲେ। ତେବେ ବଦାସ୍କି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନଥିଲା ବେଳେ ଆୟୋଜକ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରିନଥିଲେ। ଏଭଳି ପରିସ୍ଥିତିରେ ସେ କିଭଳି ପ୍ରତିଯୋଗିତା ସ୍ଥଳକୁ ଆସିଲେ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀକାନ୍ତ ମଧ୍ୟ ତାଙ୍କ ବିରୋଧରେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ପୁଳିସ ମାମଲା ଦାୟର କରି ବଦାସ୍କିଙ୍କୁ ଖୋଜୁଛି।


[3547]max885 Login Link | Trusted Online Slot Malaysia,Access max885 via the official login link. Download the app APK for easy play and enjoy casino deposit via touch n go. Join the action today. visit: max885