ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୂ !

ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୂ !

ଭୁବନେଶ୍ୱର: ଯ୍ୟୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲା ଙ୍କ ସ୍ତ୍ରୀ ବିଳାସିନୀ ବନଗୁଲା ଙ୍କ ସନ୍ଦେହ ଜନକ ମୃତ ଦେହ ଶାଶୁ ଘରୁ ଉଦ୍ଧାର ହୋଇଛି। ନରେନ୍ଦ୍ର ଙ୍କ କହିବା ଅନୁସାରେ ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ନରେନ୍ଦ୍ର ଶୋଇବାକୁ ଯାଇ ଥିଲେ । ବିଳମ୍ବିତ ରାତ୍ରୀ ରେ ନରେନ୍ଦ୍ର ତାଙ୍କ ସ୍ତ୍ରୀ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଝିଅର ମୃତ୍ଯୁ ହୋଇ ଯାଇଥିବା ନେଇ ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁର ଡିଙ୍ଗର ବୁଡେକ ଆଜି ସକାଳେ ଖବର ପାଇଥିଲେ। ଝିଅର ବାପା ଡିଙ୍ଗରଙ୍କ କହିବା ଅନୁସାରେ, ଝିଅ ବିଳାସିନୀଙ୍କ ବିବାହ ମରୁଆଁ ଗାଁର ନରେନ୍ଦ୍ର ବନଗୁଲାଙ୍କ ସହିତ ଗତ ଫେବୃଆରୀ ୨୫ ତାରିଖରେ ସାମଜିକ ରୀତିନୀତି ରେ ହୋଇଥିଲା l ବିବାହର ୧୫ ଦିନ ପରେ ଜ୍ବାଇଁ ନରେନ୍ଦ୍ର ଏକ ବାଇକ୍ ପାଇଁ ବିଳାସିନୀଙ୍କ ଉପରେ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବାର ଅଭିଯୋଗ ହୋଇଥିଲା । ବିବାଦ ବଢିବାରୁ ଉଭୟ ପରିବାର ପକ୍ଷରୁ ଆପୋଷ ବୁଝାମଣା ହୋଇଥିଲା । ଆଜି ଝିଅ ର ମୃତ୍ୟୁ ଖବର ପାଇ ଝିଅ ର ବାପା ଓ ତାଙ୍କ ପରିବାର ସମ୍ପର୍କୀୟ ଙ୍କ ସହ ସକାଳେ ମରୁଆଁ ଗାଁରେ ପହଞ୍ଚିଥିଲେ । ଝୀଅ କୁ ହତ୍ୟା କରାଯାଇ ଥିବା ଅଭିଯୋଗ ନେଇ ପାଟଣାଗଡ଼ ଥାନାର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।

ims news

One thought on “ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୂ !

Leave a Reply

Your email address will not be published. Required fields are marked *