ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ପୂର୍ବତନ ବିଧାୟକ

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ପୂର୍ବତନ ବିଧାୟକ

ଭୁବନେଶ୍ୱର : ଭଦ୍ରକର ଧାମନଗର ଉପନିର୍ବାଚନ ଲାଗି ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ଘରୁ ବାହାରିଥିଲେ । ରାଜେନ୍ଦ୍ର ଦାସ ଭଦ୍ରକ ବ୍ଲକ ପରିସରରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଧାମନଗରବାସୀଙ୍କର ସେବା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି ରାଜେନ୍ଦ୍ର ଦାସ କହିଛନ୍ତି। ରାଜେନ୍ଦ୍ର ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସହ ଧାମନଗରବାସୀ ଅଛନ୍ତି ବୋଲି ସେ କହିଛନ୍ତି। ବିଜେଡି ଦଳ ତାଙ୍କ ପ୍ରତି ଅବିଚାର କରିଛି। ତାର ଜବାବ ଧାମନଗରବାସୀ ଦେବେ ବୋଲି ସେ ମତ ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲି। ଏଥର ନିଶ୍ଚୟ ବିଜୟୀ ହେବି।

ସୂଚନା ଅନୁସାରେ ବିଜେଡି ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଦଳର ଏହି ନିଷ୍ପତ୍ତିକୁ ରାଜେନ୍ଦ୍ରଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରି ନ ଥିଲେ। ଏମିତିକି ନିଜେ ରାଜେନ୍ଦ୍ର ମଧ୍ୟ ଦ୍ବନ୍ଦରେ ପଡ଼ିଥିଲେ। ସବୁଠୁ ବଡ଼ କଥା ହେଲା, ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ରାଜେନ୍ଦ୍ର । ହେଲେ, ଏହାର ଦିନକ ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଭୁବନେଶ୍ବରରୁ ଫେରିବା ପରେ ଗତକାଲି ଦିନତମାମ ରାଜେନ୍ଦ୍ରଙ୍କ ଭଦ୍ରକସ୍ଥିତ ବାସଭବନରେ ସମର୍ଥକମାନଙ୍କର ଭିଡ଼ ଜମିଥିଲା। ସେ ତାଙ୍କ ସମର୍ଥକମାନଙ୍କ ସହ ଘନଘନ ବୈଠକ ମଧ୍ୟ କରିଥିଲେ।

ଅନ୍ୟପକ୍ଷରେ, ସୋସିଆଲ୍‌ ମିଡିଆରେ ଆଜି ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ରାଜେନ୍ଦ୍ରଙ୍କ ସମର୍ଥକମାନେ ନିଜର ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଛି। ‘ରାଜୁ ନାହିଁ ତ ଭୋଟ୍‌ ନାହିଁ’, ‘ରାଜୁ ଯୁଆଡ଼େ ଆମେ ସିଆଡ଼େ’ , ‘ରାଜୁ ଭାଇ ଜିନ୍ଦାବାଦ …’ ଏମିତି ନାରାବାଜି କରିଛନ୍ତି ସମର୍ଥକ । ପ୍ରାର୍ଥୀ ହେବାପାଇଁ ସମର୍ଥକମାନେ ତାଙ୍କ ଉପରେ ଚାପ ପକାଉଥିବା ବେଳେ ରାଜେନ୍ଦ୍ର ପ୍ରଥମେ ଏ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଥିଲେ। ହେଲେ, ସନ୍ଧ୍ୟାରେ ନିଜ ମନ କଥାକୁ ଖୋଲି କହିଦେଇଥିଲେ।

ims news

6 thoughts on “ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ପୂର୍ବତନ ବିଧାୟକ

  1. Hello, i think that i saw you visited my blog thus i came to “return the favor”.I am trying to find things to improve my website!I suppose its ok to use a few of your ideas!!

Leave a Reply

Your email address will not be published. Required fields are marked *