ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ

ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ

ଭୁବନେଶ୍ୱର : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୁହାକୁ ତୁହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରି ତାଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି । ପ୍ରଶାନ୍ତ କିଶୋର ଗତକାଲି ପୁଣିଥରେ ତାଙ୍କ ଦାବି ଦୋହରାଇ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହା‌ମେଣ୍ଟ ଛାଡ଼ି ଦେଇପାରନ୍ତି ଏବଂ ସେ ପୁଣିଥରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଫେରି ପାରନ୍ତି। କିଶୋର କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଲୋକଙ୍କଠାରୁ ଭୋଟ୍‌ ମାଗିଥିଲେ। କିନ୍ତୁ ସେ ଲୋକଙ୍କୁ ଠକି ୨ ବର୍ଷ ପରେ ପୁଣିଥରେ ବିଜେପି ସହ ‌‌ମେଣ୍ଟ କରିଥିଲେ। ଏବେ ସେ ପୁଣିଥରେ ବିଜେପି ବିରୋଧୀ କହି ଛଳନା କରୁଥିବା ବେଳେ ଅସଲରେ ନୀତୀଶ ବିଜେପି ମେଣ୍ଟକୁ ଫେରିବା ପାଇଁ ଚାହୁଛନ୍ତି।

ସୂଚନାନୁସାରେ ପ୍ରଶାନ୍ତ କିଶୋର ଦୁଇଦିନ ତଳେ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ୍‌ କରିଥିଲେ। କିଶୋର ବିହାରରେ ପଦଯାତ୍ରାରେ ଥିବା ସମୟରେ କହିଥିଲେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ ମଧ୍ୟ ତାଙ୍କ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସଲାସୁତରା କରିବାକୁ ଉଦ୍ୟମ ଚଳାଇଛନ୍ତି।

ପ୍ରଶାନ୍ତ କିଶୋର ନୀତୀଶଙ୍କ ରଣନୀତି ସଂପର୍କରେ ଭଲଭାବେ ଅବଗତ ଥିବାରୁ ତାଙ୍କର ବୟାନକୁ ରାଜନୈତିକ ମହଲରେ ଗମ୍ଭୀରତାର ସହ ନିଆଯାଉଛି । ଏହାକୁନେଇ ବିହାର ମହାମେଣ୍ଟରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି ଏବଂ ଆର୍‌ଜେଡିରେ ମଧ୍ୟ ନୀତୀଶ ବିରୋଧୀ ସ୍ବର ତେଜିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ନୀତୀଶ କୁମାର ଆଜି ପ୍ରଶାନ୍ତ କିଶୋରଙ୍କୁ କଡ଼ା ଜବାବ ଦେଇଛନ୍ତି। ପ୍ରଶାନ୍ତ କିଶୋର କେବଳ ଆତ୍ମପ୍ରଚାର ପାଇଁ ଏଭଳି କଥା କହୁଛନ୍ତି ଏବଂ ସେ ଯାହା ଚାହୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ନୀତୀଶ କହିଛନ୍ତି।

ims news

7 thoughts on “ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ”

  1. Thank you a lot for providing individuals with an extraordinarily spectacular possiblity to discover important secrets from this web site. It is often so amazing and as well , stuffed with fun for me and my office mates to visit your site at the very least 3 times in a week to see the new things you will have. And indeed, I am actually impressed with the incredible pointers you serve. Selected two facts in this posting are without a doubt the simplest we have all had.

  2. [9301]7betbd – বাংলাদেশ অনলাইন ক্যাসিনো – রেজিস্ট্রেশন এবং লগইন,7betbd লগইন করুন, রেজিস্ট্রেশন করুন অথবা অ্যাপ ডাউনলোড করে ক্যাসিনো গেম খেলুন এবং পেমেন্ট সংক্রান্ত তথ্য পড়ুন। এটি বাংলাদেশি খেলোয়াড়দের জন্য একটি অনলাইন ক্যাসিনো গেমিং সাইট। visit: 7betbd

  3. Have you ever thought about writing an ebook or guest authoring on other websites? I have a blog centered on the same information you discuss and would love to have you share some stories/information. I know my audience would value your work. If you’re even remotely interested, feel free to shoot me an e-mail.

  4. I and also my buddies were digesting the good recommendations from the blog and then unexpectedly developed a terrible suspicion I never thanked the web site owner for those secrets. Most of the women became as a consequence excited to read through all of them and already have seriously been tapping into these things. We appreciate you actually being indeed considerate and then for obtaining some high-quality issues millions of individuals are really desirous to be informed on. Our honest regret for not expressing appreciation to earlier.

Leave a Reply

Your email address will not be published. Required fields are marked *