କଳିଙ୍ଗ ଷ୍ଟାଡିୟମ୍ରେ ନୂଆ ହକି ଟର୍ଫ ବିଛା ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବାକୁ ଥିବା ଆସନ୍ତାବର୍ଷର ହକି ବିଶ୍ବକପ୍କୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ନୂଆ ଟର୍ଫ ବିଛାଇବା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଟ୍ବିଟ୍ କରି ଏହି ସୂଚନା ଦେଇଛି। ଏହି ଟର୍ଫ ଅନ୍ତର୍ଜାତୀୟମାନର ହୋଇଥିଲା ବେଳେ ପୂର୍ବଭଳି ନୀଳ ରଙ୍ଗର। ବିଶ୍ବକପ୍ ପୂର୍ବରୁ ଏହି ନୂଆ ଟର୍ଫରେ କିଛିଟା ଅଭ୍ୟାସ ମ୍ୟାଚ୍ ଖେଳାଯାଇ ଏହାକୁ ପରଖାଯିବ ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ ରାଉରକେଲାରେ ନିର୍ମାଣାଧୀନ ନୂଆ ହକି ଷ୍ଟାଡିୟମ୍ର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ଜଣାପଡ଼ିଛି। ଏହାର ସମସ୍ତ ନିର୍ମାଣ କାର୍ଯ୍ୟ ବିଶ୍ବକପ୍ର ଢେର ପୂର୍ବରୁ ଶେଷ ହୋଇଯିବ ବୋଲି ସୂଚନା ମିଳିଛି।
Today, I went to tthe beaach with my kids. I found a sea shhell and gaave it
too my 4 year oold daughter aand sawid “You can hear the ocean if you put this to your ear.” She put thhe sheol too heer eear
and screamed. Thee was a hermit crab inside and it pinched her ear.
Shhe never wants tto goo back! LoL I knoiw this iss entirely off topoic but I had
tto tell someone!