ନିଖତଙ୍କୁ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ସ୍ବର୍ଣ୍ଣ

ନିଖତଙ୍କୁ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ସ୍ବର୍ଣ୍ଣ

ଭୁବନେଶ୍ୱର : ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ ଚଳିତ ଆଇବିଏ ମହିଳା ବିଶ୍ବ ମୁଷ୍ଟି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଗୁରୁବାର ୫୨ କେଜି ଫାଇନାଲ୍‌ରେ ୨୦୧୧ କନିଷ୍ଠ ବିଶ୍ବକପ୍‌ ବିଜୟିନୀ ନିଖତ ସର୍ବସମତି‌ ନିଷ୍ପତ୍ତିରେ ଥାଇଲାଣ୍ଡର ଜିଟ୍‌ପଙ୍ଗ ଜୁଟମାସଙ୍କୁ ପରାସ୍ତ କରିଥିଲେ। ଏହି ହାଇଦ୍ରାବାଦ ଲଳନା ବିଶ୍ବ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପଦକ ଏମ୍‌ସି ମେରିକମ୍‌ (୬ ଥର), ସରିତା ଦେବୀ, ଜେନି ଆର୍‌ଏଲ୍‌ ଓ ଲେଖା ସି ଜିତିଥିଲେ। ସେମିଫାଇନାଲ୍‌ରେ ନିଖତ ବ୍ରାଜିଲର କାରୋଲିନ ଡି’ ଅଲମିଦାଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ପୂର୍ବରୁ ମନୀଷା ମାଉଁ (୫୭ କେଜି) ଏବଂ ପ୍ରବୀଣ ହୁଡା (୬୩ କେଜି) ସେମି‌ଫାଇନାଲ୍‌ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଫଳରେ ଏହି ପ୍ରତିଯୋଗିତାରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ୨ କାଂସ୍ୟ ସହ ମୋଟ ୩ ପଦକ ପାଇ ଅଭିଯାନ ଶେଷ କରିଛି। ସୂଚନାଯୋଗ୍ୟ ଯେ ୨୦୦୬ ବିଶ୍ବ ପ୍ରତିଯୋଗିତାରେ ଭାରତର ସବୁଠୁ ଭଲ ପ୍ରଦର୍ଶନ ରହିଥିଲା। ଏହି ସଂସ୍କରଣରେ ଭାରତ ୮ ପଦକ (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୩ କାଂସ୍ୟ) ଜିତିଥିଲା।

ims news

Leave a Reply

Your email address will not be published. Required fields are marked *