ଆଜି ଅନୁଷ୍ଠିତ ହେବ ଏସିଆ କପ ହକି | ପଡିଆରେ ପାକିସ୍ତାନ ଦଳ କୁ ଟକ୍କର ଦେବ ଭାରତୀୟ ଦଳ
ଭୁବନେଶ୍ୱର : ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେଉଛି ପୁରୁଷ ଏସିଆ କପ୍ ହକି । ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ପୁଲ୍ଏରେ ସ୍ଥାନ ପାଇଥିବା ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଅନ୍ୟ ପୁଲ୍-ଏ ମ୍ୟାଚ୍ରେ ଜାପାନ ଓ ଇଣ୍ଡୋନେସିଆ, ଗ୍ରୁପ୍-ବି’ରେ ମାଲେସିଆ ଓ ଓମାନ ଏବଂ ଦକ୍ଷିଣ କୋରିଆ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ଭାରତୀୟ ଦଳର ନେତୃତ୍ୱ ନେବେଅଭିଜ୍ଞ ଓଡ଼ିଆ ଖେଳାଳି ତଥା ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା । ଆଗକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୩ ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।ତେଣୁ ଏସିଆ କପ୍ ପାଇଁ ହକି ଇଣ୍ଡିଆ ଏକ ଯୁବ ଦଳ ଗଠନ କରିଛି | ଓଡ଼ିଶାରୁ ମୋଟ ୪ଜଣ ଖେଳାଳି ଦଳରେ ସାମିଲ୍ ହୋଇଛନ୍ତି । ପାକିସ୍ତାନ ଦଳର ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି । ଏସିଆ କପ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ୨୦୨୩ ବିଶ୍ୱକପ୍ (ଭୁବନେଶ୍ୱର)କୁ ଟିକେଟ୍ ହାତେଇବା ଲକ୍ଷ୍ୟରେ ରହିଛି । ଏସିଆ କପ୍ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ଟି ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବେ । ଭାରତ ଓ ପାକିସ୍ତାନ ଦଳ ୩ଥର ଲେଖାଏଁ ଏସିଆ କପ୍ ଚାମ୍ପିଅନ୍ ହୋଇଛନ୍ତି ।
୨୦୧୭ ସଂସ୍କରଣରେ ଭାରତ ଫାଇନାଲ୍ରେ ମାଲେସିଆକୁ ହରାଇ ତୃତୀୟ ଥର ଚାମ୍ପିଅନ୍ ହୋଇଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସବୁବେଳେ ଚାପ ରହିଥାଏ । ଚାପ ସମ୍ଭାଳି ପାରିଲେ ଆମେ ମ୍ୟାଚ୍ ଜିତିପାରିବୁ । ଯଦି ଭଲ ପ୍ରଦର୍ଶନ ଦେବୁ, ତା’ହେଲେ ଆମେ ନିଶ୍ଚିତ ଭାବେ ସଫଳ ହେବୁ ।’ ବୋଲି ଅଧିନାୟକ ବୀରେନ୍ଦ୍ର କହିଛନ୍ତି |