୩ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରଚାର ମୈଦାନରେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଦାଦନ ସମସ୍ୟା, ଆୟୁଷ୍ମାନ ଓ ପିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବ୍ରଜରାଜ ନଗରରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବା ବେଳେ ସେ କହିଛନ୍ତି , ୨୨ ବର୍ଷ ବର୍ଷ ପରେ ବ ରାଜ୍ୟର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଯୋଜନାକୁ ସରକାର କାହିଁକି ଲାଗୁ କରୁନାହାନ୍ତି । ରାଜ୍ୟରେ ପିସି ନଦେଲେ କାମ ହେଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । ମହାନଦୀ ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ୫ ବର୍ଷ ତଳେ ଯେଉଁମାନେ ଏ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସେମାନେ ଏବେ ଚୁପ କାହିଁକି । ବିଜେଡି ଏ ନେଇ ଏବେ ଆଉ ମୁହଁ ଖୋଲୁନାହିଁ । ପଡୋଶୀ ଛତିଶଗଡରେ କଂଗ୍ରେସ ସରକାର ଥିଲେ ମଧ୍ୟ କଂଗ୍ରେସ ସରକାର କାହିଁକି ଏହି ପ୍ରସଙ୍ଗ ଉଠାଉନାହିଁ ।