ଖରିଆରରୋଡରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଖରିଆରରୋଡରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଖରିଆରରୋଡ ସହରରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଓଡ଼ିଶା ସୀମାନ୍ତ ସହର ଖରିଆର ରୋଡ଼ ଏନଏସିରେ ଏକ ଭଡା ଘରେ ଅପମିଶ୍ରିତ ବିଦେଶୀ ମଦ କାରବାର ଚାଲୁଥିବାର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲେ ।

ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହି ଖବର ପାଇ ଏମ୍ବ୍ରିତ ସିଂର ଭଡା ଘରକୁ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ବ୍ୟାପକ ମାତ୍ରରେ ଅପମିଶ୍ରିତ ମଦ ତିଆରି ସାମଗ୍ରୀ ମିଳିଛି। ସେହି ଭଡା ଘରୁ ୨୧୦ଟି କର୍ଭ,୧୦ ଲିଟର ଅପମିଶ୍ରିତ ମଦ,୨.୦୮୮୦ ଆଇଏଫଏନଏଲ, ଫନେଲ ଏବଂ ଅପମିଶ୍ରିତ ମଦ ତିଆରିରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରଯାଇଥିବା ଅବକାରୀ ଅଧିକାରୀ ହାରାବତୀ ଥାର୍ଟ ପ୍ରକାଶ କରିଛନ୍ତି। ଏହି ଚଢ଼ାଉ ବେଳେ ମଙ୍ଗଜ ଛାତ୍ରୀଆ ବି ଉପସ୍ଥିତ ଥିଲେ।

ims news

One thought on “ଖରିଆରରୋଡରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

  1. [3910]match Official Login | অনলাইন বোনাস ও দ্রুত টাকা উত্তোলন,match অ্যাপ ডাউনলোড করে সেরা অনলাইন casino বোনাস উপভোগ করুন। এখানে পাবেন slots গেম খেলার সহজ নিয়ম এবং দ্রুত টাকা উত্তোলনের সুবিধা। আজই যোগ দিন। visit: match

Leave a Reply

Your email address will not be published. Required fields are marked *