ଟାଇଟନ୍ସ ବିଜୟରେ ଅହମଦାବାଦରେ ଆନନ୍ଦ ଉତ୍ସବ, ଖୋଲା ବସରେ ହେଲା ପରେଡ
ଭୁବନେଶ୍ୱର : ଗୁଜରାଟ ଟାଇଟନ୍ସ ପଦାର୍ପଣରେ ଆଇପିଏଲ୍ ଜିତିବାର ଅନନ୍ୟ ସଫଳତା ଲାଭ କରିବା ପରେ ଅହମଦାବାଦ ଏକ ପ୍ରକାର ଉତ୍ସବ ମୁଖର ହୋଇଛି। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳାଳିମାନେ ଖୋଲା ବସ୍ ପରେଡ୍ରେ ଯାଇ ପ୍ରଶଂସକଙ୍କ ସହ ଏହି ସ୍ମରଣୀୟ ବିଜୟର ଖୁସି ମନାଇଛନ୍ତି। ପ୍ରଶଂସକ ନିଜ ପ୍ରିୟ ଖେଳାଳିମାନଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇଯାଇଥିଲେ। ତେବେ ଅଧିନାୟକ ପାଣ୍ଡ୍ୟା ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଅହମଦାବାଦରେ ହଜାର ହଜାର ପ୍ରଶଂସକ ସଡ଼କର ଦୁଇ ପାର୍ଶ୍ବରେ ଛିଡ଼ା ହୋଇ ଗୁଜରାଟ ଟାଇଟନ୍ସ ଦଳକୁ ଅଭିବାଦନ ଜଣାଇଥିଲେ। ସୋମବାର ସଂଧ୍ୟାରେ ଏହି ଖୋଲା ବସ୍ ପରେଡ୍ ସ୍ଥାନୀୟ ଉସମାନପୂରା ରିଭରଫ୍ରଣ୍ଟଠାରୁ ଆରମ୍ଭ ହୋଇ ବିଶ୍ବକୁଞ୍ଜ ରିଭରଫ୍ରଣ୍ଟଠାରେ ଶେଷ ହୋଇଥିଲା।
ପ୍ରଶଂସକମାନେ ଏହି ପଥରେ ଥିବା କେତେକ ଫ୍ଲାଏଓଭର ପୋଲ ଉପରେ ଛିଡ଼ା ହୋଇ ଖେଳାଳିଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ। ପାଣ୍ଡ୍ୟା ଗର୍ବର ସହ ଆଇପିଏଲ୍ ଟ୍ରଫି ଦେଖାଉଥିବାର ଭିଡିଓ ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ଏହି ପରେଡ୍ରେ ଖେଳାଳିଙ୍କ ସହ ଦଳର ସମସ୍ତ ଅଧିକାରୀ ଏବଂ ପ୍ରଶିକ୍ଷକ ମଣ୍ଡଳି ମଧ୍ୟ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଚଳିତବର୍ଷର ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଘରୋଇ ପରିବେଶ (ଅହମଦାବାଦରେ)ରେ ମାତ୍ର ଗୋଟିଏ ମ୍ୟାଚ୍ (ଫାଇନାଲ୍) ଖେଳିଥିଲା। ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଖେଳିଥିବା ଏହି ମ୍ୟାଚ୍କୁ ଜିତି ସବୁଦିନ ପାଇଁ କିନ୍ତୁ ସ୍ମରଣୀୟ କରି ଦେଇଥିଲା। ପରେଡ୍ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦଳର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


I lloved ass much ass you’ll rexeive carrie oout rigbt here.
Thhe sketch iss tasteful, your authred subjerct mstter stylish.
nonetheless, yyou commaqnd gett bopught an implatience ober that yyou wissh bbe delivering tthe following.
uwell unqauestionably coime moire formerly again since
exactly thee same nearlky very ofen inside caase yoou shielod this increase.
xnxx