ହିରୋ ଡୁଏଟ୍ ସ୍କୁଟର୍ ଟାଙ୍କିର କ୍ଷମତା ୫.୫ ହୋଇଥିବା ବେଳେ କିପରି ଧରିଲା ୬ ଲିଟର ପେଟ୍ରୋଲ୍ ?
ଭୁବନେଶ୍ୱର : ଦେଶରେ ପେଟ୍ରୋଲ୍, ଡିଜେଲ୍ର ଦର ଆକାଶଛୁଆଁ ପାଲଟିଥିବା ବେଳେ ଏହାକୁ ନେଇ କଳାବଜାରୀ ବି ଜୋର୍ଦାର ହେଉଛି। ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଚାଳକଙ୍କ ଗାଡ଼ିରେ ୫.୫ ଲିଟର୍ ତେଲ୍ ପଡ଼ିବାର ସୀମା ରହିଥିବା ବେଳେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କ ଗାଡ଼ି ଫୁଲ୍ କରିବାକୁ ୬ ଲିଟର୍ ତେଲ ଲାଗିଲା ବୋଲି କହିବା ପରେ ବ୍ୟକ୍ତି ଜଣକ ଚକିତ ହୋଇ ଯାଇଥିଲେ।
ବ୍ୟକ୍ତି ଜଣକ ପେଟ୍ରୋଲ୍ ପମ୍ପ୍ରେ ଏ ନେଇ ଯୁକ୍ତିତର୍କ ବି କରିଥିଲେ। କେବଳ ସେତିକିରେ କଥା ସରି ଯାଇନଥିଲା। ବ୍ୟକ୍ତି ଜଣକ ପେଟ୍ରୋଲ୍ ପମ୍ଫର ବିଲ୍କୁ ଟ୍ବିଟ୍ କରି ନିଜର ସ୍ବର ଉଠାଇବା ପରେ ପେଟ୍ରୋଲ୍ ପମ୍ପ୍ରେ ଚାଲୁଥିବା ଦୁର୍ନୀତି ଏବେ ସଭିଙ୍କ ସାମ୍ନାକୁ ଆସିଛି।
ଘଟଣାଟି ହେଉଛି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର। ଏହି ଘଟଣା ପରେ ସ୍କୁଟର୍ ଚାଳକ ଜଣକ ନିଜ ସମସ୍ୟାକୁ ସମାଧାନ କରିବା ପାଇଁ ଏକ ଟ୍ବିଟ୍ କରି ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଅବଗତ କରାଇଛନ୍ତି।
ତାଙ୍କ ଗାଡ଼ି ହେଉଛି ହିରୋ ଡୁଏଟ୍। ଆପଣ ବି ଜାଣିଥିବେ ଯେ ହିରୋ ଡୁଏଟ୍ ସ୍କୁଟର୍ ଇନ୍ଧନ କ୍ଷମତା ୫.୫ ଲିଟର୍। ମାତ୍ର ଏଥିରେ ୬ ଲିଟର୍ ପେଟ୍ରୋଲ୍ ଧରିଲା କିପରି?
ଏହାର ବି ଉତ୍ତର ମିଳିଛି। ବ୍ୟକ୍ତିଙ୍କ ଟ୍ବିଟ୍ର ଉତ୍ତରରେ ଏମ୍ଓପିଏନ୍ଜି ଇ ସେବା ପକ୍ଷରୁ ଏକ ଟ୍ବିଟ୍ କରାଯାଇ ଉତ୍ତର ରଖାଯାଇଛି ଯେ ‘ପ୍ରିୟ ଗ୍ରାହକ, ଆପଣ ଯେଉଁ ପେଟ୍ରୋଲ୍ ପମ୍ପ୍ କଥା କହିଛନ୍ତି ଆମେ ସେଠାରେ ତଦନ୍ତ କଲୁ। ସେଠାରେ କୌଣସି ଗଡ଼ବଡ଼ ନାହିଁ। ସ୍କୁଟର୍ କମ୍ପାନି ତୈଳର କ୍ଷମତା ଯେତିକି କହିଛନ୍ତି, ଟାଙ୍କିରେ ତା’ଠାରୁ ଅଧିକ ଧରୁଛି। ଏପରିକି ଆପଣ ପେଟ୍ରୋଲ୍ ପମ୍ପ୍ ଯାଇ ନିଜ ତୈଳର ପରିମାଣ ଚେକ୍ କରିପାରନ୍ତି।


[4458]Spinia – Link vào tải app và quay hũ đổi thưởng uy tín,Spinia cung cấp link vào chính thức để tải app nhanh chóng. Khám phá cách chơi baccarat online và nạp tiền qua Momo casino dễ dàng. Truy cập ngay để trải nghiệm! visit: spinia