ମହିଳା ପୋଲିସଙ୍କ ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

ମହିଳା ପୋଲିସଙ୍କ ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିର (ସି.ଆଇ.ଆଇ) ମହିଳା ଶାଖା ଓଡିଶା ତରଫରୁ ପୋଲିସ କମିସନେରେଟ ମିଳିତ ଆନୁକୂଲ୍ୟରେ ମହିଳା ପୋଲିସମାନଙ୍କ ପାଇଁ ଏକ କର୍ମଶାଳା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛତା, ଚର୍ମର ଯତ୍ନ ଏବଂ ପୋଷଣ ଆଦି ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାକୁ ଉଦଘାଟନ କରି ମୁଖ୍ୟବକ୍ତା ତଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କୁ ସେ ପ୍ରଶଂସା କରିଥିଲେ । ସି.ଆଇ.ଆଇ ଆଇ.ଡବ୍ଲୁ.ଏନ ଓଡ଼ିଶାର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇ ସମାଜରେ ମହିଳାମାନଙ୍କର ଭୂମିକାକୁ ଗୁରୁତ୍ୱରୋପ କରିଥିଲେ । ବିଭିନ୍ନ ଯୋଜନା କରିବା ଏବଂ ତାକୁ କାର୍ଯ୍ୟକାରୀ କରିବାରେ ଆଜିର ମହିଳା ମଧ୍ୟ ଅଗଧାଡ଼ିରେ ଅଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ ।

ବିଭିନ୍ନ ବୈଷୟିକ କର୍ମଶାଳାରେ ଡାକ୍ତର ସୁଜାତା କର, ଡାକ୍ତର ଲିତା ମହାପତ୍ର ଏବଂ ପିଙ୍କି ମୋତୱାନୀ ମହିଳାମାନଙ୍କ ସମ୍ପର୍କିତ ବିଭିନ୍ନ ବିଷୟ ବସ୍ତୁ ଯଥା- ଋତୁସ୍ରାବ, ସ୍ୱଚ୍ଛତା, ଚର୍ମର ଯତ୍ନ ଏବଂ ପୋଷଣ ଉପରେ ମହିଳା ପୋଲିସ ମାନଙ୍କୁ ସଚେତନତା କରାଯାଇଥିଲା ।

ଏହି ଅବସରରେ ରୋଟାରୀ ଇ କ୍ଲବ ତରଫରୁ ସାନିଟାରୀ ନାପକିନସ ବଣ୍ଟନ କରାଯାଇଥିଲା । ସି.ଆଇ.ଆଇ ଆଇ.ଡବ୍ଲୁ.ଏନ ଓଡ଼ିଶାର ସହ ଅଧ୍ୟକ୍ଷା ପ୍ରିତୀ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ ଇ କ୍ଲବର ସଭାପତି ନିବେଦିତା ସ୍ୱାଇଁ ଉପସ୍ଥିତ ଥିଲେ ।

ims news

Leave a Reply

Your email address will not be published. Required fields are marked *