ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ଜଣ ‘ସାର୍ପ ସୁଟର୍‌’ ଚିହ୍ନଟ: ସୂତ୍ର

ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ଜଣ ‘ସାର୍ପ ସୁଟର୍‌’ ଚିହ୍ନଟ: ସୂତ୍ର

ଭୁବନେଶ୍ୱର : ପଞ୍ଜାବୀ ଗାୟକ ଶୁଭଜିତ୍‌ ସିଂହ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ଜଣ ‘ସାର୍ପ ସୁଟର୍‌’ଙ୍କୁ ଚିହ୍ନଟ କରାଯାଇଥିବା କଥା ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ‘ସାର୍ପ ସୁଟର୍‌’ମାନେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ମହାରାଷ୍ଟ୍ରର। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ନିମନ୍ତେ ପଞ୍ଜାବ ପୁଲିସ ଟିମ୍‌ ତିନୋଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି ।ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଗିରଫ ହେବା ପରେ ‘ସାର୍ପ ସୁଟର୍‌’ମାନଙ୍କ କଥା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଜଣକ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାର ସନ୍ଦେହ ହୋଇଥିଲା। ମେ‌ ୨୯ ତାରିଖ ଦିନ ପଞ୍ଜାବର ମନସା ଜିଲ୍ଲାର ଜୱାହର୍କେ ଗାଁରେ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରିଥିବା ‘ସାର୍ପ ସୁଟର୍‌’‌ମାନେ ବ୍ୟବହାର କରିଥିବା ବୋଲେରୋ କାର୍‌ଟିକୁ ଗିରଫ ଅଭିଯୁକ୍ତ ଯୋଗାଇ ଦେଇଥିବା ସନ୍ଦେହ ହୋଇଛି।

ସୂଚନାଯୋଗ୍ୟ, ମୁସେୱାଲା ହତ୍ୟାକାଣ୍ଡ ଘଟିବାର ଦୁଇ ଦିନ ପରେ ପୁଲିସ ମନସା ଜିଲ୍ଲାର ଧାଇପେ ଗ୍ରାମରୁ ମନପ୍ରୀତ୍‌ ଭାଉଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ। ହତ୍ୟାକାଣ୍ଡ ପାଇଁ ସେ ଯାନବାହନ ଯୋଗାଇ ଦେଇଥିଲେ ବୋଲି ପୁଲିସ କହିଛି।

ମୁସେୱାଲା ହତ୍ୟାକାଣ୍ଡ ହେଉଛି ଗ୍ୟାଙ୍ଗ୍‌ମାନଙ୍କ ମଧ୍ୟରେ ଚାଲିଥିବା ପାରସ୍ପରିକ ବିବାଦର ପରିଣାମ ବୋଲି ପୁଲିସର ସନ୍ଦେହ ହେଉଛି। ଏଥିପାଇଁ ପୁଲିସ ଲରେନ୍‌ସ୍‌ ବିଷ୍ଣୋଇ ଗ୍ୟାଙ୍ଗ୍‌କୁ ଦାୟୀ କରିଛି। ସମ୍ପ୍ରତି ତିହାର ଜେଲ୍‌ରେ ଥିବା ବିଷ୍ଣୋଇଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଜେରା କରୁଛି।

ସଦ୍ୟତମ ସୂଚନା ଅନୁସାରେ, ଗତରାତିରେ ପୁଲିସ ମୁସେୱାଲା ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ମିଶାଇ ପୁଲିସ ଏହି ମାମଲାରେ ସମୁଦାୟ ୩ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିସାରିଲାଣି।

ims news

One thought on “ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ଜଣ ‘ସାର୍ପ ସୁଟର୍‌’ ଚିହ୍ନଟ: ସୂତ୍ର

  1. [668]ceo bet Official Login | Pinakamabilis na GCash Casino sa PH,Gamitin ang ceo bet official login para sa best online slots philippines. I-download ang APK at alamin kung paano maglaro ng baccarat. Mag-sign up na ngayon! visit: ceo bet

Leave a Reply

Your email address will not be published. Required fields are marked *