ଚିକିତ୍ସା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ କଲା ବୃଦ୍ଧ କବିରାଜ: ଅଭିଯୁକ୍ତ ଗିରଫ

ଚିକିତ୍ସା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ କଲା ବୃଦ୍ଧ କବିରାଜ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମୟୂରଭଞ୍ଜରେ ବୈଶିଙ୍ଗା ଅଞ୍ଚଳରେ ପୁଣି ଲଜ୍ଜା।ଚିକିତ୍ସିକ ଓ ରୋଗୀଙ୍କ ସମ୍ପର୍କରେ ଲାଗିଲା କଳଙ୍କ। ଗାଁର ବୈଦ୍ୟ ଜଣେ ରୋଗୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମିରିଗିଦାରୀ ଗାଁରେ।

ସୂଚନାଯୋଗ୍ୟ, ମିରିଗିଦାରୀ ଗାଁର ଜଣେ ୫୫ ବର୍ଷ ବୟସ୍କ ବୃଦ୍ଧ ହରିଶ୍ଚନ୍ଦ୍ର ମହାନ୍ତ ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଓ ଗୁଣିଆ ଭାବେ ବେଶ୍ ପରିଚିତ। ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଗୁଣିଗାରେଡି କାମ ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ। ତେବେ ଗତ ତେଇଶି ତାରିଖ ରାତି ପ୍ରାୟ ୧୦ଟାରେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରୁ ବୃଦ୍ଧର ଜଣେ ସମ୍ପର୍କୀୟ ବିବାହିତା ମହିଳା ମଧ୍ୟ ନିଜର ଚିକିତ୍ସାନିମିତ୍ତ ବୈଦ୍ୟଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ହରିଶ୍ଚନ୍ଦ୍ର ମହିଳାଙ୍କୁ କୌଣସି ରୋଗ ନଥିବା ସ୍ଥଳେ ତାଙ୍କ ଶାଶୁ ଓ କିଛି ସ୍ଥାନୀୟ ମହିଳା ମିଶି ଗୁଣି ଗାରେଡି କରି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ପ୍ରୟାସ କରିଛନ୍ତି ବୋଲି କହି ଭୟଭୀତ କରାଇଥିଲା l

ପରେ ମହିଳା ଓ ତାଙ୍କ ସ୍ୱାମୀ ଏହାର ପ୍ରତିକାର ପଚାରିବାରୁ ସେ ମଧ୍ୟ ରାତ୍ରିରେ ଏକ ପୂଜାର ଆୟୋଜନ କରିଥିଲା ଓ ନିଜ ଘରେ ଶୋଇବାକୁ କହିଥିଲା। ରାତ୍ରି ପ୍ରାୟ ସ‌ାଢ଼େ ୩ଟାରେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ନିଦରୁ ଉଠାଇଥିଲା ଏବଂ ଗ୍ରାମ ପୋଖରୀ ନିକଟସ୍ଥ ଏକ ଗଛ ମୂଳକୁ ନେଇଯାଇଥିଲା । ସେଠାରେ ଏକ ହାଡ଼ ସାହାଯ୍ୟରେ ତାଙ୍କ ସ୍ୱାମୀଙ୍କୁ ଫୁଙ୍କାଫୁଙ୍କି କରି ଘରକୁ ପଠାଇ ଦେଇଥିଲା ଓ ମହିଳାଙ୍କୁ ଆଖି ବନ୍ଦ କରି ଗଛମୂଳେ ବସିବାକୁ ନିର୍ଦେଶ ଦେଇଥିଲା।  ପରେ ଏକ ହାଡ଼ ସାହାଯ୍ୟରେ ମହିଳାଙ୍କ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗଗୁଡିକରେ ସ୍ପର୍ଶ କରିଵା ସହିତ ମହିଳାଙ୍କୁ ନିର୍ବସ୍ତ୍ର ହେବାକୁ ବାଧ୍ୟ କରିଥିଲା।

ଏଥିରେ ପୀଡ଼ିତା ରାଜି ନହେବାରୁ ହରିଶ୍ଚନ୍ଦ୍ର ଜୋର କରି ପୀଡିତାଙ୍କୁ ଉଲଗ୍ନ କରି ଦୁଷ୍କର୍ମ କରିଥିଲା। ତେବେ ଘଟଣାଟି ପ୍ରଘଟ କଲେ ଗୁଣିଗାରେଡି କରି ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲା। ତଥାପି ସାହସ ବାନ୍ଧି ପୀଡିତା ତାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ଓ ଏନେଇ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାଟିର ସମ୍ବେଦନଶୀଳତାକୁ ଲକ୍ଷ୍ୟ କରି ସଙ୍ଗେ ସଙ୍ଗେ ଏସଆଇ ସୁମନ୍ତ କୁମାର ସେଠୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରାଇଥିଲେ ଓ ଅଭିଯୁକ୍ତ ହରିଶ୍ଚନ୍ଦ୍ରକୁ ଗିରଫ କରି ଥାନାକୁ ନେଇଆସିଥିଲେ। ଆଜି ଅଭିଯୁକ୍ତ ବୃଦ୍ଧଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ims news

One thought on “ଚିକିତ୍ସା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ କଲା ବୃଦ୍ଧ କବିରାଜ: ଅଭିଯୁକ୍ତ ଗିରଫ

  1. [6878]casoolacasino Official Login | বিকাশ ডিপোজিট ও সেরা স্লট গেম,casoolacasino-এ লগইন করে সেরা অনলাইন স্লট গেম খেলুন। বিকাশ দিয়ে দ্রুত ডিপোজিট এবং আকর্ষণীয় বোনাস পাওয়ার নিয়ম জানতে আজই অ্যাপটি ডাউনলোড করুন। visit: casoolacasino

Leave a Reply

Your email address will not be published. Required fields are marked *