କଳିଙ୍ଗ ଷ୍ଟାଡିୟମ୍କୁ ମିଳିଲା ନୂଆ ଟର୍ଫ
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ମୁଖ୍ୟ ଏବଂ ଅଭ୍ୟାସ ପଡ଼ିଆକୁ ମିଳିଛି ନୂଆ ହକି ଟର୍ଫ। ୨୦୨୩ ହକି ବିଶ୍ବକପ୍କୁ ଆଖି ଆଗରେ ରଖି ଉଭୟ ପଡ଼ିଆରେ ନୂଆ ନୀଳ ଟର୍ଫ ବିଛାକାମ କିଛି ଦିନ ତଳେ ଆରମ୍ଭ ହୋଇଥିଲା। ଏବେ ଏହି କାମ ସଂପୂର୍ଣ୍ଣ ହୋଇଥିଲା ବେଳେ ଆଗାମୀ ସମୟରେ ଏଠାରେ ପରୀକ୍ଷାମୂଳକ ଭାବେ କିଛି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ସେପଟେ ରାଉରକେଲାରେ ବିଶ୍ବକପ୍ର କିଛି ମ୍ୟାଚ୍ ଖେଳାଯିବାର ଥିବାରୁ ସେଠାରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ରବିବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ମଧ୍ୟ ଭାରତର ପ୍ରଥମ କେ-ପପ୍ ତାରକା ତଥା ଓଡ଼ିଆ ଝିଅ ଶ୍ରେୟା ଲେଙ୍କାଙ୍କୁ ଭାରତୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ବିକାଶ ପରିଷଦର ମୁଖ୍ୟ ଦିଲୀପ ତିର୍କି ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ଶ୍ରେୟା କ୍ରୀଡ଼ା ବିକାଶ ଲାଗି ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।


[6986]jilibdt Login at APK Download – Legit Online Baccarat PH,Gamitin ang jilibdt login ph para sa legit na online baccarat Philippines. Alamin din kung paano mag cash in GCash casino at mag-download ng app. Sali na! visit: jilibdt