ଭାରତୀୟ ଯୁବା ଭଲିବଲ୍ ଦଳରେ ସ୍ନେହମୟୀ, ମାମାଲି
ଭୁବନେଶ୍ବର : କାଜକସ୍ତାନର ନୁର ସୁଲତାନଠାରେ ଚଳିତ ମାସ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୨୧ତମ ଏସୀୟ ମହିଳା ଭଲିବଲ୍ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ୧୬ ଜଣିଆ ଭାରତୀୟ ଦଳ ସେଠାକୁ ଗସ୍ତ କରିଛି। ଏହି ଦଳରେ ଦୁଇ ଜଣ ଓଡ଼ିଆ କିସ୍ର ସ୍ନେହମୟୀ କିଷାନ ଏବଂ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ମାମାଲି ନାଗ ରହିଛନ୍ତି। ସମ୍ଭାବ୍ୟ ୨୦ ଜଣ ଖେଳାଳିଙ୍କୁ ନେଇ କିଟ୍ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ପ୍ରଶିକ୍ଷିଣ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରୁ ୧୨ ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆଙ୍କ ସହ ସମସ୍ତ ଖେଳାଳିଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍ ମହାସଂଘର ସଭାପତି ଅଚ୍ୟୁତ ସମାନ୍ତ ଶୁଭେଚ୍ଛା ସହ ସଫଳତା ଲାଗି ଶୁଭକାମନା ଜଣାଇଛନ୍ତି।
ଭାରତୀୟ ଦଳ: ଅଲ୍ପାନା, ଗୋପିକା ଗୁଣଶେକରନ, ସୁଷମା ସ’, ଲାବନ୍ୟ ଚନ୍ଦୁ, ସ୍ନେହମୟୀ କିଷାନ, ଏଲିନା ବିଜୁ, ପ୍ରିସା ପୌଲିନ, ପ୍ରେରଣା ପାଲ (ଅଧିନାୟିକା), ଦେବସ୍ମିତା ମଲ୍ଲିକ, ଅନୁଦେବୀ, ମାମାଲି ନାଗ, ସାଥୀ ଦାସ, ଅଶୋକ କୁମାର ଚକ୍ର (ମୁଖ୍ୟ ପ୍ରଶିକ୍ଷକ), ରାଧିକା ପାରୁଚୁରି, କ୍ରିଷ୍ଣା ପ୍ରସାଦ କୋସାରି (ସହପ୍ରଶିକ୍ଷକ), ଗଲା ମୈତ୍ରି ମନିଷ (ଫିଜିଓଥେରାପିଷ୍ଟ)।


[7625]Krikay Official Login | সেরা অনলাইন ক্যাসিনো ও বিকাশ পেমেন্ট সাইট,krikay প্ল্যাটফর্মে লগইন করে সেরা অনলাইন ক্যাসিনো গেম উপভোগ করুন। বিকাশ পেমেন্ট সুবিধা এবং সহজ স্লট গেমের নিয়ম জানতে আজই অ্যাপটি ডাউনলোড করুন। visit: krikay
[9588]ketquame | Link vào trang chủ và hướng dẫn chơi baccarat,ketquame cung cấp link vào trang chủ chính thức, hỗ trợ tải app nhanh chóng. Tìm hiểu cách chơi baccarat online và mẹo quay hũ nổ hũ hiệu quả. Truy cập ngay! visit: ketquame